୧୧୦୦ କର୍ମଚାରୀଙ୍କୁ ଛଟେଇ କଲା ବାଇଜୁ

0 55

ନୂଆଦିଲ୍ଲୀ ୩୦ ।୬: ଦେଶର ଅର୍ଥନୈତିକ ଅବସ୍ଥା ଭଲ ଅଛି ବୋଲି କହିଲେ ବି ବାସ୍ତବ ସ୍ଥିତି ଓଲଟା ଦେଖିବାକୁ ମିଳୁଛି । ଆର୍ଥିକ ସଂକଟର ଚାପ ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକ ଉପରେ ପଡ଼ିଛି । ଏଥିପାଇଁ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇରେ ବ୍ୟସ୍ତ । ବିଶେଷକରି ଶିକ୍ଷା କ୍ଷେତ୍ରରେ ଜଡ଼ିତ ବ୍ୟବସାୟକୁ ଏହା ଅଧିକ କ୍ଷତି ପହଞ୍ଚାଇଛି । ଏଥିପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତି । ଏବେ ଅନ୍‌ଲାଇନ୍ ଶିକ୍ଷାଦାନ କରୁଥିବା କମ୍ପାନୀ ବାଇଜୁ ନିଜର ୧୧୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ତେବେ କମ୍ପାନୀ କିନ୍ତୁ ଏତେ ସଂଖ୍ୟା ଛଟେଇ ଖବରକୁ ଅସ୍ୱୀକାର କରିଛି । ସେ କେବଳ ହ୍ୱାଇଟହେଟ୍ଜୁ ନିୟର ଓ ଟପ୍ପରରୁ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ବୋଲି କମ୍ପାନୀ ସୂଚନା ଦେଇଛି । ତେବେ ବହିଷ୍କୃତ କର୍ମଚାରୀଙ୍କୁ ସୂଚନା ଅନୁସାରେ କେବଳ ଟପ୍ପରରୁ ୧୧୦୦ କର୍ମୀଙ୍କୁ ଚାକିରିରୁ ବାହାର କରାଯାଇଛି । ସୂଚନା ଥାଉକି ଗତବର୍ଷ ୧୫୦ ମିଲିୟନ ଡଲାର ଦେଇ ଟପ୍ପର ଏଜୁକେସନ କମ୍ପାନୀକୁ କିଣିଥିଲା ବାଇଜୁ । ବି ବାଇଜୁ ଗ୍ରୁପର କମ୍ପାନୀ । ନିକଟରେ ନିଜର ୩୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଏପ୍ରିଲ ଓ ମେ ମାସ ମଧ୍ୟରେ ୨୫୦ କର୍ମଚାରୀ ଏଠାରୁ ଇସ୍ତଫା ଦେଇଥିଲେ । ଏବେ ଟପ୍ପରରୁ ୧୧୦୦ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି ।

Leave A Reply

Your email address will not be published.