ଆଜି ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ, ଅପେକ୍ଷାରେ ଭକ୍ତ-ବଡ଼ଦାଣ୍ଡ…

0 74

ପୁରୀ, ୩୦ା୬(ଡିକେ ନ୍ୟୁଜ): ରଥ ପଥ ପ୍ରସ୍ତୁତ । ଆଜିଠୁ ଶ୍ରୀକ୍ଷେତ୍ରରେ ଜଗନ୍ନାଥମୟ ପରିବେଶ । ସିଂହଦ୍ୱାର ଆଗରେ ଦର୍ପଦଳନ, ତାଳଧ୍ୱଜ ଓ
ନନ୍ଦିଘୋଷ । ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ନବନିନାତ୍ମକ ଯାତ୍ରାରେ ନୀଳକନ୍ଦରରୁ ବାହାରି ଗୁଣ୍ଡିଚା ମନ୍ଦିର ଯିବେ ମହାବାହୁ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥଚଢ଼ି ଜନ୍ମବେଦୀକୁ ଯାତ୍ରା କରିବେ । ମହାପ୍ରଭୁଙ୍କ ଏହି ଲୀଳାଖେଳା ଦେଖିବା ପାଇଁ ଭକ୍ତ ଅନାଇ ରହିଛି । ଏଥିପାଇଁ ଆଜି ସିଂହଦ୍ୱାର ଆଗରେ ଲାଗିଛି ତିନିରଥ । ସକାଳୁ ବିଭିନ୍ନ ନୀତିକାନ୍ତି ସରିବା ପରେ ତିନିବାଡରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ରଥଖଳାରେ ପହଞ୍ôଚଥିଲେ । ତିନିରଥରେ ଆଜ୍ଞାମାଳ ବିଜେ ପରେ ଘଣ୍ଟୁଆଙ୍କ ଘଣ୍ଟଘଣ୍ଟା ଓ ଡାହୁକର ଡାକରେ ପ୍ରଥମେ ନନ୍ଦିଘୋଷ ଉତ୍ତରମୋଡ ହୋଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଘଣ୍ଟ ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା
ବଡଦାଣ୍ଡ । ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ପୋଲିସ ଓ ଶ୍ରଦ୍ଧାଳୁ ୩ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଲେ । ଆସନ୍ତାକାଲି ରଥଯାତ୍ରା ଥିବା ବେଳେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବାରୁ ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୫ଟାପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ
ବନ୍ଦ ରହିବ । ଆଜ ଏପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ସରିଛି । ଆସନ୍ତାକାଲି ସବୁ ସୁରୁଖୁରରେ ହେବ ବୋଲି ଆଶା ରଖିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ୨ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ଫୁଲଦମ୍‌ରେ ଲାଗିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି । କେମିତି ହେବ ଶୃଙ୍ଖଳିତ ରଥଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥା, ଏଥିପାଇଁ ପୋଲିସ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ତଥା ଅଗ୍ନିଶମ ସେବାକୁ ବ୍ୟାପକ କରାଯାଇଛି । ତା\’ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ
ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଅନ୍ୟପକ୍ଷରେ ସକାଳ ୬ଟାରେ ମଙ୍ଗଳ ଆଳତୀ, ସକାଳ ୭ଟାରେ ଅବକାଶ, ସକାଳ ୮ଟାରେ ସକାଳ ଧୂପ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ମିନିଟରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ସେହିଭଳି ସକାଳ ୯ଟା ୩୦ମିନିଟରେ ପହଣ୍ଡି ଆରମ୍ଭ ହେବା ବେଳେ ଅପରାହ୍ନ ୧୨ଟା ୩୦ମିନିଟରେ ପହଣ୍ଡି ଶେଷ ହେବ । ସେହିଭଳି ଦିନ ୧ଟା ୩୦ମିନିଟରେ ଚିତା ଲାଗି, ଦିନ ୨ଟା ୩୦ମିନିଟରେ
ଛେରାପହଁରା ଅନୁଷ୍ଠିତ ହେବ । ଦିନ ୩ଟାରେ ଚାରମାଳ ଫିଟା ଓ ଘୋଡା ଲାଗି ନୀତି ଅନୁଷ୍ଠିତ ହେବ । ଦିନ ୪ଟାରେ ରଥ ଟଣା ହେବ । ସେହିପରି ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା । ରାଜ୍ୟ ବାହାରୁ
ଆସୁଥିବା ଯାତ୍ରୀବାହୀ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରୁ ଯିବେ । ପୁରୀକୁ ଆସୁଥିବା ପାସେଞ୍ଜର ବସ୍ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ମାଳତୀପାଟପୁର ଆରଓବି ଦେଇ ଆଇଟିଆ, ଇନ୍‌ଡୋର ଷ୍ଟାଡିୟମ୍ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପାର୍କିଂ କରିବେ । ବ୍ରହ୍ମଗିରିରୁ ଆସୁଥିବା ଗାଡି ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ଗ୍ରୀଡ ଷ୍ଟେସନ୍ ଦେଇ ଆଇଟିଆଇ, ଭୂଦାନ ଓ ଇନ୍‌ଡୋର ଷ୍ଟାଡିୟମ୍‌ରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଦୁଇଚକିଆ ଗାଡି ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଳଭ, ମଶାଣୀ ଚଣ୍ଡୀଠାରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଦୁଇଚକିଆ ଯାନ ସିଟି ରୋଡ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଳାଗ ଓ ନୀଳାଚଳ ଅଶୋକରେ ପାର୍କିଂ କରିବେ । ପାସ୍ ଥିବା ଗାଡି ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍‌, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥ ମନ୍ଦିର ନିକଟରେ ପାର୍କିଂ କରିବେ l

Leave A Reply

Your email address will not be published.