ଶିକ୍ଷା ଭିତ୍ତିଭୂମି: ମହାରାଷ୍ଟ୍ର-ପଶ୍ଚିମବଙ୍ଗ ଓ ତାମିଲନାଡୁଠୁ ଆଗରେ ଓଡ଼ିଶା

0 59

ଭୁବନେଶ୍ୱର, ୨ା୭(ଡିକେ ନ୍ୟୁଜ): ସୁଧୁରୁଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି । ପୂର୍ବ ଅପେକ୍ଷା ରାଜ୍ୟର ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । ନାସ୍ ସର୍ବେକ୍ଷଣ ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ(ପର୍ଫମାନ୍ସ ଗ୍ରେଡିଙ୍ଗ୍ ଇଣ୍ଡେକ୍ସ) ରିପୋର୍ଟ ଦର୍ଶାଇଛି । ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପିଜିଆଇ ରିପୋର୍ଟ ଓଡ଼ିଶାର ଗୁଣାତ୍ମକ ମାନକୁ ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣ ଯୋଜନା ଓ ଶିକ୍ଷା ଭିତ୍ତିଭୂମିର ସୁଦୃୀକରଣକୁ ପ୍ରାଧାନ୍ୟ ଅଭୂତପୂର୍ବ ସଫଳତା ଦେଇଛି । କାର୍ଯ୍ୟଦକ୍ଷତା ଗ୍ରେଡିଙ୍ଗ୍ଇ ଣ୍ଡେକ୍ସ(ପିଜିଆଇ) ହେଉଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଦ୍ୟାଳୟ ଶିକ୍ଷାର ସ୍ଥିତି ବିଷୟରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିବା ପାଇଁ ଏକ ସାଧନ । ଯାହାକି ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ସୂଚାଇଥାଏ । ଏହାକୁ ଆଧାର କରି ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରଦାନ କରେ । ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ତଥ୍ୟ ବିଗତ ଦୁଇଟି ଶିକ୍ଷା ବର୍ଷ ୨୦୧୮-୧୯ ଓ ୨୦୧୯- ୨୦କୁ ଆଧାର କରି ପ୍ରକାଶ ପାଇଛି । ମୋଟ୍ ୬ଶହ ପଏଣ୍ଟକୁ ନେଇ ମୁଲ୍ୟାୟନ ହୋଇଥିବା ବେଳେ ୮୩ଟି ମାନଦଣ୍ଡ ଓ ୬ଟି ବର୍ଗକୁ ନେଇ ପିଜିଆଇ ମାନ ନିର୍ଦ୍ଧାରଣ କରିଛି । ସମୁଦାୟ ଉପଲବ୍ଧି, ବହୁମୁଖୀ ଶ୍ରେଣୀ କାର୍ଯ୍ୟ, ଭିତ୍ତିଭୂମି ସୁବୁିଧା ଓ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ସ୍କୁଲର ସୁରକ୍ଷା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରାଶାସନିକ ପ୍ରକ୍ରିୟା ଆଦିକୁ କ୍ଷେତ୍ରକୁ ନେଇ ପିଜିଆଇ ମୂଲ୍ୟାୟନ କରିଛି । ସେହିପରି ଫଳାଫଳକୁ ନେଇ ମଧ୍ୟ ଦଶଟି ବର୍ଗ କରିଛି । ଆକାଂକ୍ଷୀ ବର୍ଗରେ ତିନି, ପ୍ରଚେଷ୍ଠା ବର୍ଗରେ ତିନି ପ୍ରକାର ସହିତ ଉତ୍ତମ, ଅତିଉତ୍ତମ, ଉତ୍କର୍ଷ ଓ ଦକ୍ଷ ଆଦି ସମୁଦାୟ ୧୦ଟି ବର୍ଗ କରିଛି । ୯୦ ପ୍ରତିଶତରୁ ଅଧିକ ମୂଲ୍ୟ ହାସଲ କରିଥିବା ଜିଲ୍ଲାଗୁଡ଼ିକୁ ଦକ୍ଷ, ୮୦ ପ୍ରତିଶତରୁ ଅଧିକ ଉତ୍କର୍ଷ, ୭୦ ପ୍ରତିଶତରୁ ଅଧିକ ଅତିଉତ୍ତମ, ୬୦ ପ୍ରତିଶତରୁ ଅଧିକ ଉତ୍ତମ ବର୍ଗୀକରଣ କରାଯାଇଥିବା ବେଳେ ପ୍ରଚେଷ୍ଠା ଓ
ଆକାଂକ୍ଷୀ ଆଦି ୧୦ରୁ ୬୦ ପ୍ରତିଶତ ମଧ୍ୟରେ ରଖିଛି । ତେବେ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ୬ଶହରୁ ୪୩୮ ମୂଲ୍ୟ ହାସଲ କରି ଅତି ଉତ୍ତମ ସ୍ଥିତିରେ ଥିବାବେଳେ ଗଞ୍ଜାମ, କଟକ, ପୁରୀ, ଅନୁଗୋଳ, ଭଦ୍ରକ, ନୟାଗଡ଼, ବାଲେଶ୍ୱର, କେନ୍ଦ୍ରପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ୧୦ ଜିଲ୍ଲା ଉତ୍ତମ ସ୍ଥିତିରେ ରହିଛନ୍ତି । ସେହିପରି ନୂଆପଡ଼ା, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଢେଙ୍କାନାଳ, ବୌଦ୍ଧ ଆଦି ୧୮ଟି ଜିଲ୍ଲା ପ୍ରଚେଷ୍ଠା-୧ ବର୍ଗରେ ଥିବାବେଳେ କେବଳ ବରଗଡ଼ ଜିଲ୍ଲା ୨୬୩ ମୂଲ୍ୟ ହାସଲ କରି ପ୍ରଚେଷ୍ଠା୨ ବର୍ଗରେ ରହିଛି । ଯଦିଓ ଅନ୍ୟ ସମସ୍ତ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି, ମାତ୍ର ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏହି କ୍ଷେତ୍ରରେ ଜିଲ୍ଲାଗୁଡ଼ିକ ମାତ୍ର ୩ରୁ ୪ ପ୍ରତିଶତ ମୂଲ୍ୟ ହାସଲ କରଛନ୍ତି । ତେବେ ଜାତୀୟ ହାର ଅପେକ୍ଷା ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଛି । ଆସାମ, ବିହାର ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟର ପ୍ରଦର୍ଶନ ତୁଳନା ଅପେକ୍ଷା ଓଡ଼ିଶା ଆଗରେ ରହିଥିବା ରିପୋର୍ଟ ଦର୍ଶାଇଛି ।

Leave A Reply

Your email address will not be published.