ନବୀନଙ୍କ ମୁହଁରୁ ରୋମ୍ ଇତିହାସ ଶୁଣି ତାଜୁବ୍ ଇତିହାସବିତ

0 73

ଭୁବନେଶ୍ୱର, ୫ା୭(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ରୋମର ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ରୋମର ବିଭିନ୍ନ ଐତିହାସିକ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ରୋମର ଜଣେ ସୁପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ରୋମର ପୁରୁଣା ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ରୋମର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେ ଏହି ଐତିହାସିକ ଜଣଙ୍କୁଯେଉଁ ତଥ୍ୟ ଦେଇଥିଲେ ସେଥିରେ ଅଭିଭୂତ ହୋଇଥିଲେ ଐତିହାସିକ । ଜଣେ ବିଶ୍ୱ ପ୍ରସିଦ୍ଧ ଲେଖକ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ରୋମର ଇତିହାସକୁ ନେଇ ଯେଉଁ ଜ୍ଞାନ ବଖାଣିଛନ୍ତି, ସେଥିରେ ରୋମର ଐତିହାସିକ ଜଣକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ପ୍ରାଚୀନ ଇତିହାସ କେବଳ ନୁହେଁ, ବିଶ୍ୱ ସାହିତ୍ୟ ଜଗତରେ ମଧ୍ୟ ଖ୍ୟାତି ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.