ଆଉ ବାତ୍ୟା-ବନ୍ୟାକୁ ଭୟ ନାହିଁ, ୫୫ ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟ

0 74

ଭୁବନେଶ୍ୱର, ୫ା୭(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଆଶ୍ରୟ ସ୍ଥଳୀଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି । ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ମୁକାବିଲାକୁ ଏବେ ସର୍ବଦା ଗୁରୁତ୍ୱ ଦେଉଛନ୍ତି । ନିୟମିତ ବ୍ୟବଧାନରେ ଏ ନେଇ ସମୀକ୍ଷା କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ କିଭଳି ନିରାପଦ ଭାବେ ରଖାଯାଇପାରିବ, କ୍ଷୟକ୍ଷତି କମ୍ ହେବ ସେ ନେଇ ବି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶା ଉପକୂଳକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ସମୁଦ୍ରକୂଳ ଠାରୁ ଅର୍ଥାତ୍ ଶୂନରୁ ଷାଠିଏ କିଲୋମିଟର ଅଞ୍ଚଳକୁ ଅତି ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି । ଏଠାରେ ସବୁଠାରୁ ଅଧିକ ପ୍ରସ୍ତୁତି କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୧୦୦ କିଲୋମିଟର ଏବଂ ତୃତୀୟ ପର୍ଯ୍ୟାୟରେ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଲାଗି ପ୍ରସ୍ତୁତି ହେବ । ଯଦିଓ ଏବେ ଦେଖାଯାଉଛି ଯେ ବାତ୍ୟା ପରବର୍ତ୍ତୀ ବର୍ଷା ମଧ୍ୟ ଅଧିକ କ୍ଷତି କରୁଛି; ତଥାପି ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି କରିଛନ୍ତି ।

Leave A Reply

Your email address will not be published.