ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

0 76

ଭୁବନେଶ୍ୱର,୫ା୭(ଡିକେ ନ୍ୟୁଜ): ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟକୁ ୪ ଦିନ ପୂରିଥିବା ବେଳେ ଆଜି ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି । ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଏନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ଲ୍ୟାବ ପଠାଯାଇଛି ବୋଲି ପୋଲିସ୍ ଅଧିକାରୀ କହିଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ପରିବାର ଲୋକେ । ଶ୍ୱାସରୁଦ୍ଧ ଯୋଗୁ ଝିଅର ମୃତ୍ୟ ହୋଇଥିବା ଘଟଣାକୁ ପରିବାର ଲୋକେ ଅସ୍ୱୀକାର କରିଛନ୍ତି । ଝିଅକୁ ମାରି ଦିଆଯାଇଥିବା କହିଛନ୍ତି ରୁଚିକାଙ୍କ ବାପା । କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତm ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପୁଥିବା ବେଳେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍ ନମ୍ବରମ୍‌ୱର ନଂ ୨୦୧ରେ ରହୁଥିଲେ । ଗତ ୨ ତାରିଖ ପୂର୍ବାହ୍ନରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ । ୩ ସିନିୟରଙ୍କ ରାଗିଂ ଯୋଗୁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ ରୁଚିକାୟ କମିଶନରେଟ୍ ପୋଲିସ ରୁଚିକାଙ୍କୁ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କ ପରିଚୟ ଆଜି ସୁଦ୍ଧା ଜାଣିପାରି ନାହିଁ । ଯାହାକୁ ନେଇ ରୁଚିକାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା । ଝିଅକୁ ନ୍ୟାୟ ଦେବାକୁ ସେମାନେ ଲଗାଣ ବର୍ଷାରେ ବି ରାସ୍ତା ଉପରେ ଧାରଣାରେ ବସିଛନ୍ତି । ସେମାନଙ୍କ ସହ ବହୁ ଛାତ୍ର ସଙ୍ଗଠନ ସାମିଲ ହୋଇଛନ୍ତି । ହେଲେ ଏଯାଏ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇ ନାହାନ୍ତି । ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କରିଛନ୍ତି ବୋଲି ସିଧାସଳଖ ସ୍ୱୀକାର କରିବାକୁ ରାଜ୍ୟ ସରକାର କୁଣ୍ଠାବୋଧ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗୃହରେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Leave A Reply

Your email address will not be published.