ପିପିଲିରେ ପ୍ରଦୀପ ମହାରଥିଙ୍କ ସ୍ମୃତି ଚାରଣ

0 74

ପିପିଲି,୫ା୭(ଡିକେ ନ୍ୟୁଜ): ପୂର୍ବତନ ମନ୍ତ୍ରୀ ତଥା ପିପିଲିର ପୁର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ୬୭ତମ ଜନ୍ମ ଜୟନ୍ତୀ ଆଜି ପିପିଲି ବିଜେଡ଼ି କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି କାର୍ଯ୍ୟାକ୍ରମରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ୱର୍ଗତ ମହାରଥିଙ୍କ ସ୍ମୁତୀ ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ରାଜ୍ୟସଭା ସାଂସଦ ସୁଲତା ଦେଓ, ପୁର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ସୁଶାନ୍ତ ସିଂହ, ଦେବୀ ପ୍ରସାଦ ମିଶ୍ର,ବିଧାୟକ ପ୍ରଣବ ବଳବନ୍ତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସୈାଭିକ ବିଶ୍ୱାଳ, ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ବିଜେଡି ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର, ଏଲିନା ଦାଶ ପ୍ରମୁଖ ଯୋଗଦେଇ ଅଞ୍ଚଳର ସର୍ବାଙ୍ଗିନ ଉନ୍ନତୀ କ୍ଷେତ୍ରରେ ସ୍ୱର୍ଗତ ମହାରଥିଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଗ୍ରହଣରେ ସ୍ୱର୍ଗତ ମହାରଥିଙ୍କ ପୁତ୍ର ତଥା ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ମାତା ଡ.ପ୍ରତିଭା ମହାରଥି ଓ ଧର୍ମପତ୍ନୀ ଜାଗୃତୀ ପଣ୍ଡା ମହାରଥି ଦିବଙ୍ଗତ ନେତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ମନେ ପକାଇଥିଲୋ ଏହି ଅବସରରେ ଉକ୍ତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଓଡିଶା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ଠାରୁ ସୁଚନା ମିଳିଛି । ରକ୍ତଦାନ ଶିବିରରେ ବିଧାୟକ ରୁଦ୍ରପ୍ରତାପ ଓ ତାଙ୍କ ଧର୍ମପତ୍ନୀ ଜାଗୃତୀ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନି ନନ୍ଦ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ପିପିଲି ଏନଏସି ଅଧ୍ୟକ୍ଷ ସେକ ବାବୁ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୃର୍ବାଶା ନିସଙ୍କ, ପିପିଲି ଏନଏସି ଉପାଧ୍ୟକ୍ଷ ଭାଗ୍ୟବତି ମହାରଣା, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈାରାଗୀ ଜେନା ରାଜ୍ୟ ବିଜେଡି ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ, ପ୍ରସନ୍ନ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ବିଜେଡି ସମ୍ପାଦକ ସତ୍ୟଜିତ ରାୟ ଚୈାଧୁରୀ, ବିଜୟ କୁମାର ରାଉତରାୟ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଯୁବ ବିଜେଡି ନେତା ମନୋଜ ଦାଶ, ବିଶ୍ୱଜିତ ଦାଶ, ବିଧାୟକଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ, ଡା ବିଭୁତୀ ଭୁଷଣ ଜେନା, ବିପିନି ଦାଶ, ଯୁବ ବିଜେଡି ବ୍ଲକ ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳ, ଛାତ୍ର ବିଜେଡି ସଭାପତି ସୈାମ୍ୟ ରଞ୍ଜନ ମହାପାତ୍ର, ସୁଦିପ୍ତ ନାୟକ, ପିକୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସହଯୋଗ କରିଥିଲେ । ପୁରୀ ବ୍ଲଡ ବ୍ୟାଙ୍କ ଡାକ୍ତର ଦୀପକ ସାହୁ ଓ ଭୁବନେଶ୍ୱର ବ୍ଲଡ ବ୍ୟାଙ୍କ ଡାକ୍ତର କଲ୍ୟାଣ କୁମାର ସରକାରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିରରୁ ରକ୍ତ ସଂଗ୍ରହ କରାଯାଇଥିଲା

Leave A Reply

Your email address will not be published.