ଜି ନ୍ୟୁଜ୍ ଆଙ୍କର ଗିରଫ

0 76

ନୂଆଦିଲ୍ଲୀ ୦୫ ।୭: ଗିରଫ ହେଲେ ଜି ନ୍ୟୁଜ ଆଙ୍କର ରୋହିତ ରଞ୍ଜନ । ମଙ୍ଗଳବାର ନଏଡା ପୁଲିସ ତାଙ୍କୁ ଗିରଫ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ବିଭ୍ରାନ୍ତିକର ଭିଡିଓ ଉକ୍ତ ଟିଭି ଚ୍ୟାନେଲରେ ଦେଖାଇବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଭିଡିଓ ପାଇଁ ଚ୍ୟାନେଲ ମଧ୍ୟ କ୍ଷମା ମାଗିଛି । ତେବେ ନ୍ୟୁଜ୍ ଆଙ୍କରକୁ ଗିରଫ କରିବା ପାଇଁ ଦୁଇ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ପ୍ରଥମେ ଛତିଶଗଡ ପୁଲିସ ନ୍ୟୁଜ୍ ଆଙ୍କର ରୋହିତଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରିଥିଲା । ଏତିକି ବେଳେ ନଏଡା ପୁଲିସ ଏହି ଘଟଣାରେ ନିଜ ମୁଣ୍ଡ ପୁରାଇଥିଲା । ରିପୋର୍ଟ ମୁତାବକ, ଛତିଶଗଡ ପୁଲିସ ଆଙ୍କରଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ରାଜୀବ ୟୁପି ପୁଲିସକୁ ଏନେଇ ଜଣାଇଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍ କରି ସହାୟତା ଲୋଡିଥିଲେ । ଏହା ପରେ ନଏଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ରାଜ୍ୟର ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଛତିଶଗଡ ପୁଲିସର ଗିରଫଦାରୀରୁ ରାଜୀବଙ୍କୁ ରକ୍ଷା କରି ନଏଡା ପୁଲିସ ତାଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲା । ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ୟାଏନାଡାରେ ତାଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ଯୁବକଙ୍କୁ ନେଇ ଏକ ବୟାନ ଦେଇଥିଲେ । ସେହି ବୟାନକୁ ନ୍ୟୁଜ୍ ଆଙ୍କର ରାଜୀବ କହ୍ନେୟାଲାଲ ହତ୍ୟାକାଣ୍ଡ ସହ ଯୋଡି ନିଜ ନ୍ୟୁଜ୍ ଚ୍ୟାନେଲରେ ଦେଖାଇଥିଲେ । ଏହାକୁ ନେଇ ବିବାଦ ଉପୁଜିଥିଲା । ଉକ୍‌ତ ନ୍ୟୁଜ୍ ଆଙ୍କରଙ୍କ ବିରୋଧରେ ରାଜସ୍ଥାନ ଓ ଛତିଶଗଡରେ ମାମଲା ରୁଜୁ ହୋଇଥିଲା । ଏହି ଭିଡିଓକୁ ରାଜ୍ୟବର୍ଦ୍ଧନ ରାଠୋରଙ୍କ ଭଳି ବିଜେପି ନେତା ମଧ୍ୟ ଶେଆର କରିଥିଲେ । ତାଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର ରୁଜୁ ହୋଇଛି । ପରେ ଏହି ଘଟଣାକୁ ନେଇ ଜି ଟିଭି ଓ ନ୍ୟୁଜ୍ ଆଙ୍କର ରାଜୀବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

Leave A Reply

Your email address will not be published.