ଦେଶରେ ବୃଦ୍ଧି ପାଉଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, ଏଣିକି ୬ ମାସ ପରେ ପ୍ରିକସନ୍ ଡୋଜ୍‌

0 65

ଭୁବନେଶ୍ୱର, ୬ା୭(ଡିକେ ନ୍ୟୁଜ): ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯ ବୃଦ୍ଧି ପାଇଛି । ବୁଧବାର ସକାଳ ୮ଟା ସୁଦ୍ଧା ୧୬,୧୫୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୫୪୭,୮୦୯ରେ ପହଞ୍ôଚଛି । ସେହିପରି ଓଡ଼ିଶାରେ ଗୋଟିଏ ଦିନରେ ୪୦୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୧୫୧୮କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୦୩୮୨ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୭ ରହିଛି । ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ ସଂଗରୋଧରୁ ଓ ୧୬୫ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୧ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୧୭, ଭଦ୍ରକ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୬୪, ଗଜପତି ଜିଲ୍ଲାରୁ ୬, ଗଂଜାମ ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରେ ୫, ଯାଜପୁର ଜିଲ୍ଲାରେ ୪, କଳାହାଣ୍ଡି ଜିଲ୍ଲାରେ ୨, କେନ୍ଦ୍ରାପଡା ଜିଲ୍ଲାରୁ ୩, ଖୋର୍ଧା ଜିଲ୍ଲାରେ ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧. ମାଲକାନଗାରି ଜିଲ୍ଲାରୁ ୧, ମୟୁରଭଂଜ ଜିଲ୍ଲାରେ ୬, ନୟାଗଡ ଜିଲ୍ଲାରେ ୪, ନୂଆପଡା ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୧୪, ରାୟଗଡା ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୫, ସୋନପୁର ଜିଲ୍ଲାରେ ୧, ସୁନ୍ଦରଗଡ ଜିଲ୍ଲାରେ ୧୯ ଓ ଷ୍ଟେଟ ପୁଲରେ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୯ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅନ୍ୟପକ୍ଷରେ କରୋନା ଟିକା ପ୍ରିକସନ ଡୋଜ ନେବାର ସମୟ ସୀମା ହ୍ରାସ କରାଯାଇଛି । ପ୍ରିକସନ ଡୋଜ ସମୟ ସୀମା ୯ରୁ ୬ ମାସକୁ ହ୍ରାସ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୮ ବର୍ଷରୁ ଅଧିକ ବୟସ୍କ ବର୍ଗଙ୍କ ପାଇଁ ପ୍ରିକସନ ଡୋଜ ଅବଧିରେ ହ୍ରାସ ହୋଇଛି । ପୂର୍ବରୁ ୨ୟ ଡୋଜ ନେବାର ୯ ମାସ ପରେ ଦିଆଯାଉଥିଲା ପ୍ରିକସନ ଟିକା ।

Leave A Reply

Your email address will not be published.