ପୁଣି କମିଲା ଖାଇବା ତେଲ ଦର; ଲିଟର ପ୍ରତି ୧୪ ଟଙ୍କା କମାଇଲା ମଦର ଡାଏରୀ କମ୍ପାନୀ

0 80

ନୂଆଦିଲ୍ଲୀ: ପୁଣି କମିଲା ଖାଇବା ତେଲର ଦାମ । ମଦର ଡାଏରୀ କମ୍ପାନୀ ସୋୟାବିନ ଓ ରାଇସ୍ ବ୍ରାନ୍‌ ତେଲର ମୂଲ୍ୟ ହ୍ରାସ କରିଛି । ତେଲର ଲିଟର ପ୍ରତି ୧୪ ଟଙ୍କା ହ୍ରାସ କରିଛି କମ୍ପାନୀ । ଆସନ୍ତା ସପ୍ତାହରେ ନୂଆ ମୂଲ୍ୟ ସହିତ ତେଲ ବଜାରକୁ ଆସିବ ବୋଲି କମ୍ପାନୀ ସୂଚନା ଦେଇଛି । କିଛିଦିନ ତଳେ ଖାଇବା ତେଲ ଧାରା ସୋରିଷ ଓ ରିଫାଇନ୍ ତେଲର ମୂଲ୍ୟ ହ୍ରାସ କରିଥିଲା କମ୍ପାନୀ । କେତେ ହେବ ନୂଆ ମୂଲ୍ୟ ମୂଲ୍ୟ ହ୍ରାସ ପରେ ଧାରା ରିଫାଇଣ୍ଡ ଶୋୟାବିନ ତେଲ(ପଲି ପ୍ୟାକ୍‌) ଲିଟର ପ୍ରତି ୧୯୪ ଟଙ୍କାରୁ ହ୍ରାସ ପାଇ ୧୮୦ ଟଙ୍କାରେ ବିକ୍ରି ହେବ । ଧାରା ରିଫାଇଣ୍ଡ ଚାଉଳ ଭୁସୀ(ପଲି ପେକ୍‌) ତେଲର ମୂଲ୍ୟ ୧୯୪ ଟଙ୍କାରୁ ୧୮୫ ଟଙ୍କା ହେବ । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇଥିବା ବେଳେ ଗ୍ରାହକଙ୍କୁ ଏହାର ଫାଇଦା ଦେବାକୁ ଗତକାଲି ସରକାର କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ପରିମାଣ ସ୍‌ୱରୂପ ମଦର ଡାଏରୀ ଆଜି ପୁଣିଥରେ କମ୍ପାନୀ ତେଲ ଦରରେ ହ୍ରାସ କରିଛି । ଏପଟେ ୧୫-୨୦ ଦିନ ଭିତରେ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ କମିପାରେ ବୋଲି କୁହାଯାଉଛି । ଜୁନ ମାସ ୧୬ ତାରିଖରେ ମଧ୍ୟ ଡାଏରୀ କମ୍ପାନୀ ଖାଇବା ତେଲର ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲା । ଖାଲି ତେଲନୁହେଁ ସୋୟବିନର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି ।

Leave A Reply

Your email address will not be published.