ଓଡ଼ିଶା ସିଭିଲ୍ ସର୍ଭିସ୍ ଆଶାୟୀଙ୍କୁ ଶ୍ରୁତି ଶର୍ମାଙ୍କ ପ୍ରେରଣା

0 70

ଭୁବନେଶ୍ୱର,୧୦ା୭(ଡିକେ ନ୍ୟୁଜ): ଭାରତ ଆଇଏଏସ୍ କୋଚିଂ ଇନ୍‌ଷ୍ଟିଚ୍ୟୁତ୍ ବାଜିରାଓ ଆଇଏଏସ୍‌ ଏକାଡେମୀ ପକ୍ଷରୁ ରବିବାର ଦିନ ସ୍ଥାନୀୟ ଜୟଦେବବିହାରସ୍ଥିତ ପାଲ୍‌ ହାଇଟ୍‌ସଠାରେ ଆୟୋଜିତ ‘ଟକ୍‌ ଟୁ ଟପ୍ପର’ ସେମିନାରରେ ୨୦୨୧ ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର
କରିଥିବା ଶ୍ରୁତି ଶର୍ମା ଯୋଗଦେଇ ଓଡ଼ିଶାର ଆଶାୟୀ ପ୍ରାର୍ଥୀମାନଙ୍କୁ ତାଙ୍କର ସଫଳତାର ରହସ୍ୟ ଏବଂ ସିଭିଲ୍ ସର୍ଭିସ୍‌ରେ ସଫଳ ହେବା ପାଇଁ ଉପଯୁକ୍ତ ଉପାୟ ସମ୍ବନ୍ଧରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ, ଆଜିକାଲି ଦିଲ୍ଲୀରେ ରୁହନ୍ତୁ କି ଭୁବନେଶ୍ୱରରେ ରୁହନ୍ତ, କେବଳ ନିରନ୍ତର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ପ୍ରାପ୍ତି ହୋଇପାରିବ। ଉତ୍ତରପ୍ରଦେଶରେ ଜନ୍ମିତ ୨୬ ବର୍ଷିୟା ଶ୍ରୁତି ଶର୍ମା କହନ୍ତି, ଅଧିକ ଘଣ୍ଟା ପଢ଼ିବା ଅପେକ୍ଷା ଉପଯୁକ୍ତ ରୂପେ ପଢ଼ିବା ମହତ୍ୱପୂର୍ଣ୍ଣ । ପୁସ୍ତକ ବ୍ୟତୀତ ତାଙ୍କର ନୋଟ୍‌, ଉତ୍ତର ଲେଖିବା ଅଭ୍ୟାସ ଏବଂ ସମ୍ବାଦପତ୍ର ପଠନ ତାଙ୍କୁ ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ଏକ ବିରଳ କୃତିତ୍ୱ ପାଇଁ ଅନେକ ସାହାଯ୍ୟ କରିଥିଲା । ଶୁଶ୍ରୀ ଶ୍ରୁତି ଶର୍ମାଙ୍କ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସମ୍ବର୍ଦ୍ଧିତ କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ଓ ସଠିକ୍ ଉପଦେଶ, ଆବଶ୍ୟକୀୟ ଅଧ୍ୟୟନ ସାମଗ୍ରୀ ସହିତ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ । ଲକ୍ଷ୍ୟ ସାଧନ ଦୃଷ୍ଟିକୋଣ ହିଁ ସଫଳତାର ଦ୍ୱାର ଖୋଲିଥାଏ ଓ ବାଜିରାଓ ଏକାଡେମୀ ଓଡ଼ିଶା ମାଟିରେ ଅଧିକରୁ ଅଧିକ ଆଇଏଏସ୍ ସୃଷ୍ଟି କରିବା ଦିଗରେ ତାହାର ସମସ୍ତ ପ୍ରଚେଷ୍ଟା ଜାରି ରଖିବା ପାଇଁ ବଦ୍ଧପରିକର । ଏହି ସେମିନାର ଦ୍ୱାରା ଛାତ୍ରଛାତ୍ରୀମାନେ ଶ୍ରୁତି ଶର୍ମାଙ୍କ ପ୍ରତ୍ୟେକ୍ଷ ରୂପେ ଉପଦେଶ ପାଇଁ ଉତ୍ସାହିତ ହୋଇଥିଲେ ।

Leave A Reply

Your email address will not be published.