ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

0 71

ବାଲେଶ୍ୱର,୧୧ା୭(ଡିକେ ନ୍ୟୁଜ): ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର । ବଜ୍ରପାତରେ ଅନେକ ଜୀବନ ଯାଉଛି । ସେଥିପାଇଁ ଲାଇଟେନିଂ ରିସର୍ଚ୍ଚି ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜୁନ ଦ୍‌ିତୀୟ ସପ୍ତାହ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ଗତ ସାତ ଦିନ ଭିତରେ ଭଲ ବର୍ଷା ହୋଇଛି । ସାମାନ୍ୟ ପରିମାଣ ଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପରେ ୧୪ ତାରିଖ ପାଖାପାଖି ପୁଣି ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ କିମ୍ବା ସାମାନ୍ୟ ଠାରୁ ଅଧିକ ବର୍ଷା ହେବା ସହ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଇଏମ୍‌ଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ବାଲେଶ୍ୱରର ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ଆଜି ଓଗଊ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବ୍ୟାସ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.