୧୮ରେ ରାଷ୍ଟ୍ରପତି ନିର୍ବାଚନ: ୨୧ରେ ଭୋଟ ଗଣତି ଭୁବନେଶ୍ୱରରେ ପହଞ୍ଚିଲା ବାଲଟ୍ ବକ୍ସ

0 61

ନୂଆଦିଲ୍ଲୀ, ୧୨ା୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ଲାଗି ସରକାର ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ
ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସର୍ବଦଳୀୟ ବୈଠକ ନିମନ୍ତେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ଦଳର ସାଂସଦଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ସଂସଦର ଚଳିତ ଅଧିବେଶନକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଅଧିବେଶନ କାଳରେ ଦେଶକୁ ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମିଳିବେ । ବୈଠକରେ ଶାସକ ଓ ବିରୋଧୀ ଦଳଙ୍କ ଚିନ୍ତା ଉପରେ ଆଲୋଚନା ହେବ ଓ ଅଧିବେଶନ କାଳରେ ଉତ୍ପାଦକତା ଯେପରି ଅଧିକ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ଅଧିବେଶନ କାଳରେ ବିରୋଧୀ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ଚାହୁଁଛନ୍ତି ସେନେଇ ଚର୍ଚ୍ଚା କରାଯିବ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ଆକଳନ କରାଯାଉଛି । ଏହି ଅଧିବେଶନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହରେ ଉପସ୍ଥାପିତ ହେବ । ସଂସଦର ମୌସୁମୀ ଅଧିବେଶନ କାଳରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ପଦବୀ ନିମନ୍ତେ ଅଧିବେଶନ ଆରମ୍ଭ ଦିନ ଅର୍ଥାତ ଜୁଲାଇ ୧୮ ତାରିଖ ସୋମବାର ଭୋଟ ଗ୍ରହଣ ହେବ । ଜୁଲାଇ ୨୧ ତାରିଖ ଦିନ ଭୋଟ ଗଣନା ହେବାକୁ ଥିବାବେଳେ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ସେହିପରି ସଂସଦ ଅଧିବେଶନ କାଳରେ ଅଗଷ୍ଟ ୬ ତାରିଖ ଦିନ ଉପରାଷ୍ଟ୍ରପତି ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ôଚଛି ବାଲାଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରୁ ଏହିସବୁ ସାମଗ୍ରୀକୁ କଡ଼ା ସୁରକ୍ଷା ମଧ୍ୟରେ
ବିଧାନସଭାକୁ ନିଆଯାଇଛି ।

Leave A Reply

Your email address will not be published.