ଆଉ ଦୁଇଦିନ ନିସ୍ତାର ନାହିଁ ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡ଼ିଶା

0 71

ଭୁବନେଶ୍ୱର, ୧୬ା୭(ଡିକେ ନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆହୁରି ଦୁଇଦିନ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି ହୋଇଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ ଏବଂ ଏହାର ଶାଖାନଦୀ । ଖାଲି ମହାନଦୀ ନୁହେଁ ରାଜ୍ୟର ଅଧିକାଂଶ ନଦୀ ଏବେ ବିପଦ ସଙ୍କେତ ନିକଟରେ । ପୋଲାଭରମ୍ ପ୍ରକଳ୍ପର ପଛୁଆ ପାଣିରେ ଉବୁଟୁôବୁ ମୋଟୁ । ଗୋଦାବରୀ ନଦୀ ଜଳସ୍ତର କମୁନଥିବା ବେଳେ ଏହାର ଶାଖା ନଦୀ ସିଲେରୁ ଓ ସାବେରୀର ପଛୁଆପାଣି ଜନବସତିକୁ ପଶିଆସିଛି । ଆଖି ପାଇବା ଯାଏ କେବଳ ପାହାଡ ଓ ପାଣି ଦେଖାଯାଉଛି । ପାଣିରୁ ମୁଣ୍ଡ ଟେକିଥିବା ବଡ଼ ବଡ଼ ଗଛ ଓ ଜଳବନ୍ଦୀ ହୋଇ ରହିଥିବା କେତେକ ଘର ଦୃଶ୍ୟମାନ ହେଉଛି । ମହାନଦୀ ଫୁଲୁଥିବାରୁ ଆସନ୍ତା ୧୮ରେ ଖୋଲିବ ହୀରାକୁଦର ପ୍ରଥମ ଗେଟ୍ । ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ । ଲଗାଣ ବର୍ଷାରେ ଦୟାରେଜଳସ୍ତର ବଢ଼ିବାରୁ ଜଟଣୀ ନିକଟସ୍ଥ ତରାବୋଇ ଓ ପାଣିଆବିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଛି । ଏହାସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଲଘୁଚାପ ପ୍ରଭାବରେ ସକାଳ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଟ୍ୱିନସିଟିରେ ପାହାନ୍ତିଆରୁ ଲାଗିରହିଛି ଭୀଷଣ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ତତ୍‌ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସକ୍ରିୟ ହୋଇ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିଛି ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସାମୁଦ୍ରିକ ଘୂର୍ଣ୍ଣିବଳୟ ସହ ଜଡିତ ହୋଇ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଯାହା ଫଳରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୩୦ରୁ ୨୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପାଗ ଶୁଖିଲା ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୧୭ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଗଂଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ ଓ ବଲାଙ୍ଗିରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ନୁଆପଡା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ବେଳକୁ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ସେଥିପାଇଁ ମାଲକାନଗିରଠୁ ଆରମ୍ଭ କରି ସୁନ୍ଦରଗଡ ପର୍ଯ୍ୟନ୍ତ ୯ ଜିଲ୍ଲାରୁ ସତର୍କ ସୂଚନା ଦିଆଯାଇଛି । ଅନ୍ୟପଟେ ସୋମବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ । ଅବିଭକ୍ତ କୋରାପୁଟ, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଓ କେନ୍ଦୁଝରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ପ୍ରାୟତଃ ଶୁଖିଲା ପାଗ ରହିବ । ଯେଉଁସବୁ ଜିଲ୍ଲାରେ ବର୍ଷା ହେବାର ଅଛି ସେଠାରେ ବଜ୍ରପାତ ଆଶଙ୍କା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି । ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି । ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗତକାଲି ଗୋଦାବରୀ ନଦୀରେ ୭୦ଫୁଟ ଉଚ୍ଚତାର ପାଣି ପ୍ରଭାବିତ ହେଉଥିବା ବେଳେ ଆଜି ୭୧ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ପାଖାପାଖି ୫୦ ହେକ୍ଟର ଜମି ଜଳମଗ୍ନ ରହିଛି । ମୋଟୁର କୁଇଗୁର ବ୍ରିଜ ଉପରେ ଆଜି ମଧ୍ୟ ୫ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ଠପ୍ ହୋଇଛି । ୫ଟି ଏନ୍‌ଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି । ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ । ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.