ଆରପାରିରେ ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା

0 72

ଯାଜପୁର, ୧୯ା୭(ଡିକେ ନ୍ୟୁଜ): ଆଇଏଲଏସ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ ପରିଡାଙ୍କ ଗୌହାଟୀରେ ପରଲୋକ ଘଟିଥିବା ଜଣାଯାଇଛି । ଅକାଳ ବିୟୋଗରେ ନିଜ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁର ଗାଁରେ ଶୋକର ଛାୟା ଖେଳିଯାଇଛି । କରୋନା ମହାମାରୀ ସମୟରେ ଓଡିଶାରେ କରୋନା ଭ୍ୟାରିଏଣ୍ଟକୁ ନେଇ ସଦାସର୍ବଦା ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥିଲେ ସ୍ୱର୍ଗତଃ ପରିଡା । କୋଭିଡକୁ ନେଇ ଗବେଷଣା ଜାରି ରଖିଥିଲେ । ତେବେ ଗୌହଟିରେ ଏକ କନଫରେନ୍ସରେ ଯୋଗଦେବା ପାଇଁ ଯାଇଥିବା ସମୟରେ ସେଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ତାଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ଏକ ମାସ ପୂର୍ବରୁ ତାଙ୍କ ମା’ଙ୍କ ଶ୍ରଦ୍ଧା ଉତ୍ସବରେ ଯୋଗଦେବାକୁ ଘରକୁ ଆସିଥିଲେ । ସେ ଯେତେବେଳେ ଗ୍ରାମକୁ ଆସନ୍ତି ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ସେ ଜଣେ ମେଧାବୀ ଛାତ୍ର, ମେଳାପୀ ଓ ମିଷ୍ଟଭାସି ବ୍ୟକ୍ତି ଥିଲେ ବୋଲି ସମ୍ପର୍କୀୟ ଓ ଗ୍ରାମବାସୀ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଅକାଳ ବିୟୋଗରେ ନିଜ ପୈତୃକ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମରଶରୀର ଫେରିବା ବାଟକୁ ସମସ୍ତେ ଚାହିଁ ବସିଛନ୍ତି ।

Leave A Reply

Your email address will not be published.