ଖୋର୍ଦ୍ଧା ପାଲଟିଛି ହଟ୍‌ସ୍ପଟ୍‌ ୧୨ଶହ ମୁହାଁ ଦୈନିକ ସଂକ୍ରମଣ

0 50

ଭୁବନେଶ୍ୱର, ୨୧ା୭(ଡିକେ ନ୍ୟୁଜ): ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ୧୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୬୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ଥିବା ଜଣାଯାଇଛି । ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱର ଜିଲ୍ଲାରୁ ୧୯ ଜଣ, ଭଦ୍ରକରୁ ୧୨ ଜଣ, ବରଗଡ଼ରୁ ୧୨, ବଲାଙ୍ଗୀରରୁ ୧୨ଜଣ, ବୌଦ୍ଧରୁ ୧୬ ଜଣ, କଟକରୁ ୧୦୯ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୨୮ ଜଣ,
ଝାରସୁଗୁଡ଼ାରୁ ୩୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, କେନ୍ଦୁଝରରୁ ୧୪, ଖୋର୍ଦ୍ଧା ଜିଲ୍ଲାରୁ ୩୧୨, କୋରାପୁଟ ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜରୁ ୧୦୨ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ ଜିଲ୍ଲାରୁ ୩୬ ଜଣ, ପୁରୀରୁ ୨୭ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୭୦ ଜଣ, ସୋନପୁରରୁ ୫୨ଜଣ, ସୁନ୍ଦରଗଡ଼ରୁ ୧୭୪ ଜଣ ଓ ଷ୍ଟେଟପୁଲରୁ ୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୩,୦୩,୧୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨,୮୬,୯୧୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୦୯୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି ଦେଶରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଆଉ ୨୧,୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗୁରୁବାର ସକାଳ ୮ଟାରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୮,୮୮୧ରେ ପହଞ୍ଚିଛି । ବୁଧବାର ତୁଳନାରେ ଆଜି ସକ୍ରିୟ ଆକ୍ରାନ୍ତ ହାର ୩ ହଜାର ୨୨୭ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ହାର ୪.୨୫ ପ୍ରତିଶତ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୧୮,୨୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୭୦ରେ ପହଞ୍ଚିଛି । ମହାମାରୀକୁ ହରାଇବା ପାଇଁ ଜାରି ରହିଥିବା ଟିକାକରଣ ୨ କୋଟି ଅତିକ୍ରମ କରି ସାରିଛି ।

Leave A Reply

Your email address will not be published.