ପୁଣି ଭିଜିବ ଓଡ଼ିଶା ୨୪ ଯାଏଁ ନିସ୍ତାର ନାହିଁ

0 65

ଭୁବନେଶ୍ୱର, ୨୧ା୭(ଡିକେ ନ୍ୟୁଜ): ଆଜିଠୁ ପୁଣି ଭିଜିବ ଓଡ଼ିଶା । ଉପାନ୍ତରୁ ଉପକୂଳ ଅବିଶ୍ରାନ୍ତ ବର୍ଷା । ଆସନ୍ତା ୨୪ତାରିଖ ଯାଏଁ ମିଳିବନି ନିସ୍ତାର । ଦକ୍ଷିଣ ଝାଡଖଣ୍ଡ ଏବଂ ଏହାର ଆଖପାଖରେସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତିଶାଳୀ ହୋଇଛି ମୌସୁମୀ ଟ୍ରପଲାଇନ୍ । ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ ତାରିଖରେ ୭ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଏବଂ ୨୪ ରେ ୮ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ବୌଦ୍ଧ, ସୋନପୁର, ଦେବଗଡରେ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଲଗାଣ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ନଦୀ ଫୁଲିବା ସହ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । କଚ୍ଚା ଘର ଭାଙ୍ଗିବା ସହ କଚ୍ଚା ରାସ୍ତା ଧୋଇଯିବା ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ମୁକାବିଲା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି । ସେପଟେ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.