ଜୁଲାଇ ୨୬ରେ ୫ଜି ସ୍ପେକ୍ଟ୍ରମ ନିଲାମ

0 74

ନୂଆଦିଲ୍ଲୀ ୨୧ ।୭: ୫ଜି ଟେକ୍ନୋଲୋଜି ଲାଗି ଜୁଲାଇ ୨୬ରେ ନିଲାମ ପ୍ରକ୍ରିୟା ସମ୍ପାଦନ ହେବାକୁ ଯାଉଛି । ଟେଲିକମ ବିଭାଗ (ଡିଓଟି) ଏଥିଲାଗି ୪ କମ୍ପାନିଙ୍କୁ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିଛି । ବିଡିଂରେ ଭାଗ ନେବାକୁ ଥିବା କମ୍ପାନିଗୁଡିକ ମଧ୍ୟରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଆଦାନି ଏଣ୍ଟରପ୍ରାଇଜେସ ରହିଛି । ୨୦ ବର୍ଷ ଲାଗି ୭୨ ଗିଗାହର୍ଜ ସ୍ପେକ୍ଟ୍ରମ ନିଲାମ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଏହାର ବେସ୍ ପ୍ରାଇସ ୪.୩ ଲକ୍ଷ କୋଟି ଟଙ୍କା ରହିଛି । ୬୦୦,୭୦୦, ୮୦୦, ୯୦୦, ୧୮୦୦, ୨୩୦୦ ଏବଂ ୨୫୦୦ ମେଗାହର୍ଜ ବାଦ ମଧ୍ୟମ ବର୍ଗରେ ୩.୩ରୁ ୩.୬୭ ଗିଗାହର୍ଜ ଏବଂ ଉଚ୍ଚ ବର୍ଗରେ ୨୬ ଗିଗାହର୍ଜର ସ୍ପେକ୍ଟ୍ରମ ନିଲାମ କରାଯିବ । ଜିଓ ଏଥିଲାଗି ୧୪ ହଜାର କୋଟିର ଇଏମ୍‌ଡି ଜମା କରିଛି । ଏହାବାଦ ଭାରତୀ ଏୟାରଟେଲ ୫,୫୦୦ କୋଟି, ଆଦାନି ଏଣ୍ଟରପ୍ରାଇଜେସ ୧୦୦ କୋଟି ଏବଂ ଭୋଡାଫୋନ ଆଇଡିଆ ୨୨୦୦ କୋଟି ଟଙ୍କା ଜମା କରିଛନ୍ତି ।

Leave A Reply

Your email address will not be published.