୩୫୮ ଏଲୋପାଥିକ୍ ଡାକ୍ତର-୧୧୬ ହୋମିଓପାଥିକ ମେଡିକାଲ ଅଫିସର ଓ ୧୬ ହୋମିଓପାଥିକ୍ ଅଧ୍ୟାପକଙ୍କୁ ନିଯୁକ୍ତି ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0 78

ଭୁବନେଶ୍ୱର, ୨୨ା୭(ଡିକେ ନ୍ୟୁଜ): ରାଜ୍ୟବାସୀ କିପରି ଉନ୍ନତ ଚିକିତ୍ସା ସୁବିଧା ପାଇବେ ତାହା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଆସିଛି । ରାଜ୍ୟର ଗରିବ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ପ୍ରଦାନ କରି ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ସୁଦୃଢ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ବିକାଶ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ପୁଣି ଏକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରେ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ଡାକ୍ତର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକମାନେ କାମ କରିବେ । ଏନେଇ ଲୋକସେବା ଭବନରେ ଆୟୋଜିତ ଏକ ଆଭିମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ସ୍ୱ୍ୟାସ୍ଥ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ମେଡିକାଲ ଅଫିସର ଓ ଅଧ୍ୟାପକମାନଙ୍କୁ ନୂତନ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ବୃତ୍ତିକୁ ସୁସ୍ଥ ଓଡିଶା-ସୁଖୀ ଓଡିଶା ପାଇଁ ଏକ ମିଶନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏତେ ସଂଖ୍ୟକ ମେଡିକାଲ ଅଫିସର ନିଯୁକ୍ତି ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ ଏବଂ ପ୍ରଭାବଶାଳୀ କରିବାରେ ନିଶ୍ଚିନ୍ତ ସହାୟକ ହେବ । ଏହା ସରକାରୀ ମେଡିକାଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ନିଶ୍ଚିନ୍ତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟକୁ ୩ ଗୁଣ ବଢ଼ାଇ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରକାମ କରୁଛନ୍ତି । ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆପଣମାନେ “ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଦିଗରେ କାମ କରନ୍ତୁ । ସାଢ଼େ ୪ କୋଟି ଲୋକଙ୍କୁ ଆମର ଉତ୍ତମ ସ୍ୱାସ୍ଥ୍ୟ ଦେବା ଲକ୍ଷ୍ୟୟ ଆଶା କରୁଛି ଯେ, ମେଡିକାଲ ଅଧିକାରୀଙ୍କ ନିଯୁକ୍ତି ସ୍ୱାସ୍ଥ୍ୟଭିତ୍ତିକୁ ସୁଦୃଢ଼ କରିବ । ଏହାଦ୍ୱାରା ସରକାରୀ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଉପରେ ସନ୍ତୁଷ୍ଟି ମିଳିପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.