ଏଣିକି ଦିନରାତି ଉଡ଼ିବ ଜାତୀୟ ପତାକା

0 91

ଭୁବନେଶ୍ୱର, ୨୩ା୭ (ଡିକେ ନ୍ୟୁଜ୍‌): କେନ୍ଦ୍ର ସରକାର ଫ୍ଲାଗ୍ କୋଡ୍‌ରେ ପରିବର୍ତ୍ତନ କରିଛନ୍ତି । ଏହାଦ୍ୱାରା ଏଣିକି ଜାତୀୟ ପତାକା ଦିନରାତି ଉଡ଼ାଯାଇପାରିବ । ଏବେ ପଲିଷ୍ଟର ଓ ମେସିନ୍ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ । ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗୀୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି ଯେ, ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ, ଉତ୍ତୋଳନ ଏବଂ ବ୍ୟବହାର ଭାରତୀୟ ପତାକା ସଂହିତା ୨୦୦୨ ଏବଂ ଜାତୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଅଧୀନରେ ରହିଛି । ଚିଠି ଅନୁଯାୟୀ ଫ୍ଲାଗ୍ କୋଡ୍ ଅଫ ଇଣ୍ଡିଆ, ୨୦୦୨ ଆଦେଶରେ ୨୦ ଜୁଲାଇ, ୨୦୨୨ରେ ସଂଶୋଧନ କରାଯାଇଛି । ଏଣିକି ଖୋଲା ସ୍ଥାନ ହେଉ କିମ୍ବା ନାଗରିକଙ୍କ ବାସଭବନରେ ଦିନରାତି ଉଡିପାରିବ ଜାତୀୟ ପତାକା । ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ିବାକୁ ଅନୁମତି ଦିଆଯାଇଥିଲା ।

Leave A Reply

Your email address will not be published.