ମଙ୍କିପକ୍ସ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସତର୍କ ଘଣ୍ଟି ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା

0 72

ନୂଆଦିଲ୍ଲୀ, ୨୩ା୭: ମଙ୍କିପକ୍ସ ମାମଲା ବିଶ୍ୱରେ ଧୀରେ ଧୀରେ ବଢିବାରେ ଲାଗିଛି । ଏହାକୁ ଗୁରୁତ୍ୱର ସହ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଜରୁରିକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ
ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରୋସ ଏହି ଘୋଷଣା କରିଛନ୍ତି । ମଙ୍କିପକ୍ସ ବିଶେଷଜ୍ଞ ଏକ ଜରୁରି ବୈଠକରେ ମଙ୍କିପକ୍ସ ସଂକ୍ରମଣକୁ ଏକ କ୍ୟାଟେଗୋରୀ କରିବା ପାଇଁ ଡବ୍ଲୁଏଚଓକୁ ପରାମର୍ଶ ଦେଇଥିଲେ । ସୂଚନାଥାଉ କି ବର୍ତ୍ତମାନ ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଛି । ଭାରତରେ ମଧ୍ୟ ତିନୋଟି କେସ୍ ସାମ୍ନାକୁ ଆସିସାରିଛି । କରୋନା ଭଳି ଏହା ମହାମାରୀର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟପକ୍ଷରେ ଦେଶରେ ଲଗାତାର କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨୧ ହଜାର ଅତିକ୍ରମ କରୁଛି । ଦିନକରେ ଦେଶରେ ଆଉ ୨୧,୪୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୬୮,୪୭୬କୁ ବୃଦ୍ଧି ପାଇଛି । ସେହିପରି ୨୦,୭୨୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୧,୯୨,୩୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୮.୪୬% । ଚିକିତ୍ସାଧୀନ ଅବସ୍ଥାରେ ୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୯୯୭ରେ ପହଞ୍ଚିଛି । ମୃତ୍ୟୁହାର ୧.୨୦% । ୧,୫୦,୧୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୦.୩୪% । ଦିନକ ଆଗରୁ ୪,୮୦,୨୦୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୭,୨୧,୩୬,୪୦୭ ନମୁନା ପରୀକ୍ଷା କରାଯାଇଛି । ସେହିପରି ୨୪ ଘଣ୍ଟାରେ ୩୪,୯୩,୨୦୯ ଟିକା ନେଇଥିବା ବେଳେ ମୋଟ ୨,୦୧,୬୮,୧୪,୭୭୧ ଟିକାକରଣ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ୩,୯୪,୯୧୭ ଟିକାକରଣ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ସେହିପରି ଆଜି ରାଜ୍ୟରେ ଦେନିକ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ୧୧୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬୮ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୪୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ଥିବା ଜଣାଯାଇଛି । ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୧୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ବରଗଡ଼ରୁ ୨୩, ଭଦ୍ରକରୁ ୧୪ ଜଣ, ବଲାଙ୍ଗୀରରୁ ୧୭ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୧୧୧ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୩୬ ଜଣ, ଝାରସୁଗୁଡ଼ାରୁ ୨୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୯ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣ, କେନ୍ଦୁଝରରୁ ୧୧, ଖୋର୍ଦ୍ଧା ଜିଲ୍ଲାରୁ ୨୦୯, କୋରାପୁଟ ଜିଲ୍ଲାରୁ ୧୧ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୯୩ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ବଲପୁରରୁ ୧୦୬ ଜଣ, ସୋନପୁରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୨୨୫ ଜଣ ଓ ଷ୍ଟେଟପୁଲରୁ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୦୫, ୪୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨,୮୮, ୯୭୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୩୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.