ଖାଦ୍ୟ ସଂକଟ ଭିତରେ ଶ୍ରୀଲଙ୍କାର ୬୦ ଲକ୍ଷ ନାଗରିକ

0 76

ନୂଆଦିଲ୍ଲୀ ୨୩ ।୭: ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଦରବୃଦ୍ଧି ଏତେ ବଢିଯାଇଛି ଯେ, ଲୋକେ ଖାଇବା କିଣିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) କହିଛି ଦେଶରେ ୬୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଖାଦ୍ୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ବର୍ତ୍ତମାନ ୩୦ ଲକ୍ଷ ଲୋକଙ୍କ ଭୋକ ଦୂର କରିବା ପାଇଁ ୫୦୦ କୋଟି ଟଙ୍କା(ଭାରତୀୟ ଟଙ୍କା) ଆବଶ୍ୟକତା ରହିଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଶ୍ରୀଲଙ୍କା)ର ରାଷ୍ଟ୍ରୀୟ ମୁଖ୍ୟ ଅବଦୁର ରହୀମ ସିଦ୍ଦିକୀ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଭୟଙ୍କର ଆର୍ଥିକ ସଂକଟର ସାମନା କରୁଛି ଯାହା ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ସକଂଟ । ଏହାସହ ନିକଟ ଭବିଷ୍ୟତରେ ଆଶ୍ଚର୍ଯ୍ୟଜନକ ଭାବେ ମୁଦ୍ରାସ୍ପୀତି ବଢିବାର ଅନୁମାନ କରାଯାଉଛି । ସିଦ୍ଦିକୀ କହିଛନ୍ତି, ଶ୍ରୀଲଙ୍କା ନିଜର ସ୍ୱାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜର ସାମନା କରୁଛି । ଖାଦ୍ୟ ମୁଦ୍ରାସ୍ପୀତି ହାର ଜୁନ ସୁଦ୍ଧା ୮୦ ପ୍ରତିଶତ ଅଧିକ ଅଛି ଏବଂ ଆସନ୍ତା ମାସରେ ଏହା ଆହୁରି ଅଧିକ ହେବାର ସମ୍ଭାବନା ରହିଛି । ଏକ ରିସର୍ଚ୍ଚ ଅନୁସାରେ, ଦେଶର ଏକ ଚତୁର୍ଥାଂଶ ଲୋକେ ଅର୍ଥାତ ପ୍ରାୟ ୫୩ ଲକ୍ଷ ଲୋକେ ନିଜର ଖାଇବା କମାଇଛନ୍ତି କିମ୍ୱା ଗୋଟିଏ ଓଳିଏର ଖାଇବା ଛାଡିଛନ୍ତି । ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ମଧ୍ୟରେ ସମୟର ଆବଶ୍ୟକତା ନଜରରେ ରଖି ୨୦୨୨ ଶେଷ ସୁଦ୍ଧା ୫୦୦ କୋଟି ଟଙ୍କା ଦରକାର ପଡିବ । ତେବେ ଏହା ପରେ ବି କେବଳ ୩୦ ପ୍ରତିଶତ ଲୋକଙ୍କ ଭୋକ ଦୂର କରାଯାଇ ପାରିବ ।

Leave A Reply

Your email address will not be published.