ଡରାଇଲାଣି ମଙ୍କିପକ୍ସ: ଗାଇଡ୍‌ଲାଇନ୍ ଜାରି ୨୧ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

0 66

ନୂଆଦିଲ୍ଲୀ, ୨୭ା୭: ଦେଶ ତଥା ବିଶ୍ୱରେ ଏବେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ୭୦ ଦେଶରେ ୧୬ହଜାର ସଂକ୍ରମିତ ଚିହ୍ନଟ ହେବା ସହିତ ଭାରତରେ ମଧ୍ୟ ଚାରି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସ୍ଥିତି ସଂଗୀନ୍‌ ହେଉଥିବାରୁ କେନ୍ଦ୍ର ସରକାର ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ଗାଇଡ୍‌ଲାଇନ୍‌ରେ ୨୧ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ସାମାଜିକ ଦୂରତା ରକ୍ଷାକରିବା ଆବଶ୍ୟକ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ରୋଗୀ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ କେନ୍ଦ୍ର ସରକାର ସର୍ଭେଲାନ୍ସ ଓ ସ୍କ୍ରିନିଂକୁ କଡ଼ାକଡ଼ି କରିଛନ୍ତି । ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବା ସହ ଲକ୍ଷଣ ଦେଖାଗଲେ ବିମାନ ବନ୍ଦରରୁ ସିଧାସଳଖ ହସ୍ପ୍‌ିଟାଲକୁ ପଠାଯିବ ବୋଲି
ପ୍ରକାଶ ପାଇଛି । ଜ୍ୱର, ପିଠିରେ ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣ ଥିବା ଯାତ୍ରୀଙ୍କୁ ହସ୍ପ୍‌ିଟାଲ ପଠାଯିବ ।

Leave A Reply

Your email address will not be published.