ଟି-୨୦ ସିରିଜ୍‌ରୁ ବାଦ୍ ପଡିପାରନ୍ତି କେଏଲ ରାହୁଲ, କିଏ କରିବ ରୋହିତଙ୍କ ସହ ଓପନିଂ

0 73

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜୁଲାଇ ୨୯ରୁ ଆରମ୍ଭ ହେବ । ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ଋଷଭ ପନ୍ତଙ୍କ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହେଲେ ଏହି ସିରିଜରୁ କେଏଲ ରାହୁଲ ବାଦ୍ ପଡିବା ପ୍ରାୟତଃ ନିଶ୍ଚିତ ଲାଗୁଛି । ସର୍ଜରୀ ସରିବା ପରେ ଏବଂ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ରିହାବରେ ରହିବା ପରେ କୁହାଯାଉଥିଲା କେଏଲ ରାହୁଲ ଏହି ସିରିଜରେ ଦଳକୁ ଫେରିବେ । ହେଲେ କରୋନା ପଜିଟିଭ୍ ହେବା ପରେ ଦଳରେ ଯୋଗ ଦେଇ ପାରି ନାହାନ୍ତି । ଏହି ସିରିଜ୍ ରାହୁଲ ଖେଳିବେ କି ନାହିଁ, ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ରାହୁଲ ଟି-୨୦ ସିରିଜରୁ ବାଦ୍ ପଡିବା ନିଶ୍ଚିତ । ହେଲେ ବିସିସିଆଇ ଏ ପର୍ଯ୍ୟନ୍ତ ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରି ନାହିଁ । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ କିଏ ଓପନ କରିବ ? ଦଳ ପ୍ରବନ୍ଧକ ଋଷଭ ପନ୍ତ କିମ୍ବା ଇଶାନ କିଷନଙ୍କୁ ଓପନିଂରେ ପଠାଇ ପାରନ୍ତି । ପନ୍ତ ନିକଟରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ରୋହିତଙ୍କ ସହ ଓପନିଂ କରିଥିଲେ । ହେଲେ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ଖେଳାଯିବ । ଏମିତିରେ ରୋହିତଙ୍କ ସହିତ ଓପନିଂ କରିବା ପାଇଁ ଦଳ ପ୍ରବନ୍ଧକ ପନ୍ତଙ୍କୁ ଆଉ କିଛି ସୁଯୋଗ ଦେଇ ପାରନ୍ତି । ଦଳରେ ଓପନିଂ ପାଇଁ ଇଶାନ କିଷନଙ୍କ ରୂପେ ଦଳ ପାଖରେ ବିକଳ୍ପ ରହିଛି । ବୋଧହୁଏ ଏଥିପାଇଁ ବିସିସିଆଇ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଅନ୍ୟ ଖେଳାଳିଙ୍କ ଚୟନ କରିବ ନାହିଁ ।

Leave A Reply

Your email address will not be published.