ଜାତୀୟ କିକ୍‌ବକ୍ସିଂ ଓଡ଼ିଶାକୁ ୧୨ ସ୍ୱର୍ଣ୍ଣ

0 70

ବଡ଼ବିଲ: କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ସ୍ପୋର୍ଟସ୍ ଇନ୍‌ଡୋର ଷ୍ଟାଡିୟମରେ ଗତ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ କିକ୍‌ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାକୁ ୧୨ ସ୍ୱର୍ଣ୍ଣ ସହ ମୋଟ ୪୭ ପଦକ ମିଳିଛି । ୱାକୋ ଇଣ୍ଡିଆ କିକ୍‌ବକ୍ସିଂ ଫେଡେରେସନ ଆନୁକୂଲ୍ୟରେ ଏବଂ ୱେଷ୍ଟ ଇଣ୍ଡିଆ କିକ୍‌ବକ୍ସିଂ ସଂଘର ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୩୧ ରାଜ୍ୟରୁ ୧୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଦଳରେ ୮୫ ପ୍ରତିଯୋଗୀ ରହିଥିଲେ । ଏମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ କେବଳ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ଅଂଶଗ୍ରହଣ କରିଥିଲେ । ଓଡ଼ିଶାକୁ ୧୨ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୧୮ କାଂସ୍ୟ ପଦକ ମିଳିଛି । ଏଥିରୁ କେନ୍ଦୁଝର ଜିଲ୍ଲା ବଡ଼ବିଲର ପ୍ରତିଯୋଗୀମାନେ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଛନ୍ତି । ବଡ଼ବିଲର ଅଜୟ କୈବର୍ତ୍ତ, ଅମିତ ଗୋପ, ସୁବାସ ଯାମୁଦା, ହିମତ୍ ସିଂହ ସ୍ୱର୍ଣ୍ଣ, ଅଂଶୁମାନ ପ୍ରସାଦ, ସିମରନ୍ ଗୁରିୟା, ସାରା ମାଝୀ, ଯଶପ୍ରୀତ୍ ସିଂହ, ମୁହୁକାମ୍‌ ସିଂହ ରୌପ୍ୟ ଏବଂ ଅଖିଳେଶ୍ୱର, ପରମିତ ସିଂହ, ଖୁସି ହେମ୍ବ୍ରମ କାଂସ୍ୟ ପଦକ ପାଇଛନ୍ତି । ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ମନଜିତ୍‌ ସିଂହ ଓ ରେଫରି ସୁଜିତ ପ୍ରସାଦଙ୍କ ନେତୃତ୍ୱରେ କୋଲକାତା ଗସ୍ତ କରିଥିବା ଓଡ଼ିଶା ଦଳକୁ ବଡ଼ବିଲ ଟାଇଗର ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା । ପଦକ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.