ହ୍ୱାଟସଆପ୍ ବିକ୍ରି କରିପାରନ୍ତି ଜୁକରବର୍ଗ

0 65

ନ୍ୟୁୟର୍କ ୨୮ ।୦୭: ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାର ରେଭିନ୍ୟୁରେ ପ୍ରଥମ ଥର ହ୍ରାସ ଦେଖିବାକୁ ମିଳିଛି । ୨୦୨୨ ର ଦ୍ୱିତୀୟ ତ୍ରୟମାସିକ ରେଭିନ୍ୟୁରେ ଡ୍ରପ୍ ଦେଖିବାକୁ ମିଳିଛି । ଏହାର ପ୍ରଭାବ କମ୍ପାନୀର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ରେ ଦେଖିବାକୁ ମିଳିପାରେ । କମ୍ପାନୀ ଏହାକୁ ବିକ୍ରି କରିପାରେ । ରିପୋର୍ଟ ଅନୁସାରେ, ମେଟାର ଟୋଟାଲ ରେଭିନ୍ୟୁ ୧ ପ୍ରତିଶତ ଡ୍ରପ୍ ଦେଖାଯାଇଛି । ଏହା ଦ୍ୱାରା ଏହାର ରୋଜଗାର କମ୍‌ ହୋଇ ୨୮.୮ ବିଲିୟନ ଡଲାର(ପ୍ରାୟ ୨୩ ହଜାର ଅରବ ଟଙ୍କା) ହୋଇଯାଇଛି । କମ୍ପାନୀ ଏହା ମଧ୍ୟ ଅନୁମାନ କରିଛି ଯେ, ତୃତୀୟ ତ୍ରୟମାସିକରେ ମଧ୍ୟ ଏଥିରେ ହ୍ରାସ ଦେଖିବାକୁ ମିଳିପାରେ । କମ୍ପାନୀର ଅନୁମାନ ଅନୁସାରେ, ଏହାର ଆୟ ତୃତୀୟ ତ୍ରୟମାସିକରେ ପ୍ରାୟ ୨୦ ହଜାର ଅରବ ଟଙ୍କାରେ ପହଁଞ୍ଚିପାରେ । ଫେସବୁକ୍ ବ୍ୟତୀତ ମେଟାର ମଧ୍ୟ ଓଭରଅଲ୍ ପ୍ରଫିଟ୍ ୩୬ ପ୍ରତିଶତ ହ୍ରାସ ପାଇ ୬.୭ ବିଲିୟନ ଡଲାର ରହି ଯାଇଛି । ଫେସବୁକ୍‌ର ମେଟାଭର୍ସକୁ ନେଇ ବଡ ଯୋଜନା ରହିଛି ଓ ଏହା ଉପରେ କମ୍ପାନୀ ପୂର୍ବରୁ ହିଁ ବିଲିୟନ ଡଲାର ନିବେଶ କରିଛି । ମେଟାର ଏକ ଖାସ୍ ଡିଭିଜନ୍ ରିଆଲିଟି ଲାବସ୍ ମାର୍କ ଜୁକରବର୍ଗଙ୍କ ମେଟାଭର୍ସ ଡ୍ରୀମ୍ ଉପରେ କାମ କରୁଛି । ଏହି ଡିଭିଜନ୍‌ରେ ଗତ ମାସ ୨.୮ ବିଲିୟନ୍ କ୍ଷତି ହୋଇଥିବାର ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.