କିମ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍‌ଘାଟିତ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ।

0 64

ଭୁବନେଶ୍ୱର,(ଡିକେ ନ୍ୟୁଜ): ଚିକିତ୍ସା କ୍ଷେତ୍ରରେ କିମ୍ସର ଅଭିନବ ପଦକ୍ଷେପ । ସହଜରେ ସାଧାରଣ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । କିଟ୍ ବିଶ୍ୱବିଦ୍ୟାଳୟ ଅଧୀନରେ ୨୦୦୭ ମସିହାରେ ଖୋଲିଥିବା କିମ୍ସ ମେଡିକାଲ କଲେଜର କଳେବର ବୃଦ୍ଧିପାଇଛି । ଏଠାରେ ଏମବିବିଏସ୍‌, ଡେଣ୍ଟାଲ୍ ଓ ନର୍ସିଂ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ବିଭିନ୍ନ ବିଭାଗରେ ମଧ୍ୟ ସ୍ନାତକୋତ୍ତର (ପିଜି) ପାଠକ୍ରମ ଖୋଲିଛି । କିମ୍ସ ଏକ ଘରୋଇ ମେଡିକାଲ କଲେଜ ଭାବେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଏହା ଅଧିନରେ ପରିଚାଳିତ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ (ପିବିଏମ୍‌ଏଚ୍‌) ସମଗ୍ର ପୂର୍ବ ଭାରତରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛି । ୨୦୧୩ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୧୩୦୦ ଶଯ୍ୟା ବିଶିଷ୍ଟ ପିବିଏମ୍‌ଏଚର ଶୁଭ ଉଦ୍‌ଘାଟନ ହୋଇଥିଲା । ଏବେ ପିବିଏମ୍‌ଏଚର କଳେବର ମଧ୍ୟ ବୃଦ୍ଧି ପାଇଛି । ଏହା ଏବେ ସାଧାରଣ ରୋଗୀ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଏସକେୱାଇ କାର୍ଡଧାରୀ ରୋଗୀଙ୍କ ପାଇଁ ୧୬ଶହ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହା ଉଦ୍‌ଘାଟିତ ହୋଇଛି । ପ୍ରଥମଥର ଲାଗି ସମଗ୍ର ଭାରତବର୍ଷରେ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏତେ ସଂଖ୍ୟକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଖୋଲିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ଛଡ଼ା ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଓ ୩୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉପଲବ୍ଧ । ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଏ ତାହା ହେଉଛି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମୂଳ ଲକ୍ଷ୍ୟ । ଏହି ହସ୍ପିଟାଲ୍ କ୍ୟାମ୍ପସ ସଂପୂର୍ଣ୍ଣ ସବୁଜମୟ । ଏଠାରେ ପୂର୍ବରୁ ୪ ହଜାର କର୍ମଚାରୀ କାର୍ଯ୍ୟରତ ଥିବାବେଳେ ଏବେ ଆଉ ୩ହଜାର କର୍ମଚାରୀ ଯୋଗଦେବା ପରେ ମୋଟ କର୍ମଚାରୀ ସଂଖ୍ୟା ୭ ହଜାର ହୋଇଛି ।

Leave A Reply

Your email address will not be published.