ମୁଖ୍ୟମନ୍ତ୍ରୀଙ୍କ ଶୋକ

0 74

ଭୁବନେଶ୍ୱର, ୩୧ା୭ (ଡିକେ ନ୍ୟୁଜ୍‌): ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନାକରିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ସଂଗୀତର ମୂର୍ଚ୍ଛନା ଜନମାନସରେ ସର୍ବଦା ଜୀବନ୍ତ ରହିଛି । ଉଚ୍ଚକୋଟୀର ଗାୟିକା ଭାବେ ସେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଓଡ଼ିଶା ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।

Leave A Reply

Your email address will not be published.