ବେଦାନ୍ତ ପକ୍ଷରୁ ଗ୍ରୀନ ହାର୍ଟସର ଶୁଭାରମ୍ଭ

0 65

ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ଓଡ଼ିଶା ଓ ଛତିଶଗଡ଼ରେ ଏହାର କାର୍ଯ୍ୟ ପରିସରରେ ୨ ଲକ୍ଷରୁ ଅଧିକ ଚାରା ରୋପଣ ପାଇଁ ଏହାର ୰ ଗ୍ରୀନ ହାର୍ଟସ ଅଭିଯାନର ଶୁଭାରମ୍ଭ କରିଛି । ଗତବର୍ଷ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ବାର୍ଷିକ ଜୈବ ନିବେଶ ଅଭିଯାନ ଯେଉଁଥିରେ କଂପାନିର ବ୍ୟବସାୟ ୟୁନିଟ ଗୁଡ଼ିକ ବର୍ଷାଋତୁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥାନ୍ତି । ୰ ଗ୍ରୀନ ହାର୍ଟସ ଅଭିଯାନ ମାଧ୍ୟମରେ କଂପାନି ଏହାର ବ୍ୟବସାୟିକ ସହଯୋଗୀ କର୍ମଚାରୀ ଓ ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇଛି । ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ପରିଚାଳନା ପାଇଁ କଂପାନି ପକ୍ଷରୁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଛି । ଜଳବାୟୁ କାର୍ଯ୍ୟକ୍ରମ ଉପରେ ବେଦାନ୍ତ ଆଲୁମିନିୟମର ଆଭିମୁଖ୍ୟ ସଂପର୍କରେ ମତ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ ଲିମିଟେଡ କହିଛନ୍ତି ଯେ- ଭାରତରେ ବୃହତ ଆଲୁମିନିୟମ ଉତ୍ପାଦକ ହୋଇ ଥିବାରୁ ଆମେ ଜଳବାୟୁ କାର୍ଯ୍ୟକ୍ରମ ପ୍ରତି ସଜାଗ ରହିଛୁ । ଆଲୁମିନିୟମ ଉଦ୍ୟୋଗରେ ଆମେ ଚାହୁଁ ଆମର ପ୍ରତ୍ୟେକ ସଦସ୍ୟ ଜଳବାୟୁ ସୁରକ୍ଷା ଦିଗରେ କାର୍ଯ୍ୟକରନ୍ତୁ । ବାୟୋ ନିବେଶ ଦିଗରେ ସାମୁହିକ ତଥା ଅଂଶଗ୍ରହଣକାରୀ କାର୍ଯ୍ୟରେ କର୍ମଚାରୀ, ଅଂଶୀଦାର ଓ ଷ୍ଟେକହୋଲଡର ମାନଙ୍କୁ ସାମିଲ କରିଛୁ । ସମସ୍ତଙ୍କୁ ଅଭିଯାନର ମହତ୍ୱ ସଂପର୍କରେ ଉତ୍ସାହିତ କରିଛୁ । ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆମ ପରିବେଶ ଓ ଜୈବ ବିବିଧତାର ସଂରକ୍ଷଣ ପ୍ରତି ଆମେ ସର୍ବଦା ଗୁରୁତ୍ୱ ଦେଇ ଆସୁଛୁ । ବେଦାନ୍ତ ଆଲୁମିନିୟମ ଏକ ବହୁମୁଖୀ ଜଳବାୟୁ କାର୍ଯ୍ୟ କୌଶଳକୁ ସ୍ଥାନିତ କରିଛି ଯେଉଁଥିରେ କାରଖାନାର ଯନ୍ତ୍ରାଂଶଗୁଡ଼ିକୁ ଉଚ୍ଚସ୍ତରୀୟ କାର୍ଯ୍ୟ ଦକ୍ଷତା ଅନୁଯାୟୀ ପରିଚାଳନା କରାଯାଉଛି । ସମାନ୍ତରାଳ ଭାବରେ କଂପାନି ଏହାର କାର୍ଯ୍ୟ ଉପରେ ଜଳବାୟୁ ପ୍ରଭାବକୁ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ଡିଜିଟାଲ ଓ ବୈଷୟିକୀ ସମାଧାନ ପନ୍ଥା ନିୟୋଜିତ କରିଛି ।

Leave A Reply

Your email address will not be published.