ପ୍ରୋ ପୋର୍ଟଫୋଲିଓ ଶୁଭାରମ୍ଭ କରିଛି ଆଦିତ୍ୟ ବିର୍ଲା

0 71

ମୁମ୍ବାଇ : ଭାରତର ରାଜଧାନି ବଜାରରେ କ୍ଷୁଦ୍ର ନିବେଶକଙ୍କ ପ୍ରତି ଧ୍ୟାନ ଦେଇ “ମ୍ୟୁଚୁଆଲ ଫଣ୍ଡ ସହି ହୈ” ଅଭିଯାନକୁ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ ମ୍ୟୁଚୁଆଲ ଫଣ୍ଡ ସ୍କିମ ଗୁଡ଼ିକର ଏକ ଗଠନ କରିବାର ଆବଶ୍ୟକତା ରହିଛି ଯାହା କେବଳ ଗୋଟିଏ ପାଣ୍ଠି ଅପେକ୍ଷା ପ୍ରତ୍ୟେକ ବଜାର ପ୍ରବଣତାକୁ ବଢାଇ ପାରେ । ଏହି ଚିନ୍ତାଧାରାକୁ ଆଗେଇ ନେବା ପାଇଁ ଆଦିତ୍ୟ ବିର୍ଲା ସନ ଲାଇଫ ମ୍ୟୁଚୁଆଲ ଫଣ୍ଡ ଏକ ନିବଶେ ଶିକ୍ଷା ଅଭିଯାନ- ପ୍ରୋ ପୋର୍ଟଫୋଲିଓର ଶୁଭାରମ୍ଭ କରିଛି ଯାହା ନିବେଶକଙ୍କ ଆଧାରକୁ ପାଣ୍ଠିର ମିଶ୍ରଣ ସହିତ ପୋର୍ଟପୋଲିଓ ସୃଷ୍ଟି କରିବ ଓ ଅସ୍ଥିର ବଜାର ସ୍ଥିତିକୁ ଦୂର କରିବାରେ ସାହାଯ୍ୟ କରିବ । ଦେଶରେ ନିବେଶକଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟି କୋଣରୁ ଏହା ଆବଶ୍ୟକତା ଗୁଡ଼ିକୁ ପୂରଣ କରି ପାରିବ । ଏକ ପୋର୍ଟଫୋଲିଓରେ ଫ୍ଲେକ୍ସି କ୍ୟାପ, ସନ୍ତୁଳିତ ଆଡଭାନଟେଜ ଓ ଲାର୍ଜ କ୍ୟାପ ପାଣ୍ଠିର ମିଶ୍ରଣ ରହିଛି ଯାହା ଫ୍ରଂଟ ଲାଇନ ଷ୍ଟକରେ ବିନିଯୋଗ କରି ପାରିବ ଓ ଦୀର୍ଘ ମିଆଦି ଧନ ସୃଷ୍ଟି କରିବାରେ ସହାୟକ ହେବ । ଏକ ବୃହତ କ୍ୟାପ ଫଣ୍ଡ ଫ୍ରଂଟଲାଇନ ଷ୍ଟକ ଗୁଡ଼ିକୁ ଏକ୍ସପୋଜର ଯୋଗାଇବ, ଫ୍ଲେକ୍ସି କ୍ୟାପ ଫଣ୍ଡ ନମନୀୟତା ପରିଚାଳନା ନିମନ୍ତେ ସୁଯୋଗ ଦେଇ ପାରିବ ଓ ଷ୍ଟକ ବର୍ଗର ନିବେଶ ହୋଇ ପାରିବ ତଥା ବାଲାନସଡ ଆଡଭାନଟେଜ ଫଣ୍ଡ ଇକ୍ୟୁଟି ଓ ଡେବଟ ମଧ୍ୟରେ ଆସେଟ ଆଲୋକଶେନ କରିବ । ଏହି ଫଣ୍ଡ ଗୁଡ଼ିକ ବଜାରର ଅସ୍ଥିରତାରୁ ସୁରକ୍ଷା ଦେବ । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଶ୍ରୀ ବାଲସୁବ୍ରମନିୟମ, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ, ଆଦିତ୍ୟ ବିର୍ଲା ସନ ଲାଇଫ ଏଏମସି ଲିମିଟେଡ କହିଛନ୍ତି ଯେ ୩ଟି ଫଣ୍ଡର ସମାହାର ଫେରସ୍ତ ପରମିାଣକୁ ବୃଦ୍ଧି କରିବ । ବଜାରର ଅସ୍ଥିରତାରୁ ଏହା ସୁରକ୍ଷା ଦେବା ସହ ବଜାର ଚକ୍ରରେ ପାଣ୍ଠିର ପରିମ।।ଣ ଭଲ ପ୍ରଦର୍ଶନ କରିବ ଓ ଅଧିକ ସମୟ ଅବଧି ପାଇଁ ଧନ ବୃଦ୍ଧି କରିପାରିବ । ଏହି ଅଭିଯାନ ସହିତ ଆମେ ନିବେଶକଙ୍କୁ ଶିକ୍ଷିତ ଓ ସଶକ୍ତ କରିବାକୁ ପ୍ରୟାସ କରୁଅଛୁ । ଏହା ଦ୍ୱାରା ନିବେଶକମାନେ ସେମାନଙ୍କ ପାଣ୍ଠିକୁ ସ୍ୱାଧୀନ ଭାବରେ ପରିଚାଳନା କରିବା ସୁଯୋଗ ପାଇପାରିବେ ।

Leave A Reply

Your email address will not be published.