ନୂଆଦିଲ୍ଲୀ : ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ଆପଣଙ୍କୁ ଶସ୍ତା ବିମାନ ଯାତ୍ରାର ସୁଯୋଗ ମିଳିପାରେ । ଦେଶରେ ବିମାନ ଇନ୍ଧନ ଅର୍ଥାତ
ଏଟିଏଫ୍ର ମୂଲ୍ୟରେ ସୋମବାର ୧୨ ପ୍ରତିଶତ କାଟ୍ କରାଯାଇଛି । ଏହା ଏଟିଏଫ୍ରେ ଏପର୍ଯ୍ୟନ୍ତର ସବୁଠାରୁ ବଡ କାଟ୍ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଅଶୋଦ୍ଧିତ ତୈଳର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ଭିତରେ ଏଟିଏଫ୍ର ଦର ହ୍ରାସ କରାଯାଇଛି । ଦିଲ୍ଲୀରେ ଏଟିଏଫ୍ର ମୂଲ୍ୟରେ ୧୬,୨୩୨.୩୬ ଟଙ୍କା ପ୍ରତି କିଲୋଲିଟର ବା ୧୧.୭୫ ପ୍ରତିଶତ ହ୍ରାସ କରାଯାଇଛି ଓ ଏହାର ଦାମ୍ ୧୨୧,୯୧୫.୫୭ ଟଙ୍କା ପ୍ରତି କିଲୋଲିଟର ହୋଇଯାଇଛି । ଏହା ପୂର୍ବରୁ ୧୬ ଜୁଲାଇରେ ୩,୦୮୪.୯୪ ଟଙ୍କା ପ୍ରତି କିଲୋଲିଟର(୨.୨ ପ୍ରତିଶତ) ହ୍ରାସ ହୋଇଥିଲା ।
ଶସ୍ତା ହେବ ବିମାନ ଯାତ୍ରା,ଏଟିଏଫ୍ ମୂଲ୍ୟରେ ୧୨% ହ୍ରାସ
Prev Post