ଜଳସମ୍ପଦ ବିଭାଗରେ ୧୦୬ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି କାମରେ ଦକ୍ଷତା ଓ ସ୍ୱଚ୍ଛତା ଆଣିବ ନୂଆ ଟେକ୍ନୋଲୋଜ

0 72

ଭୁବନେଶ୍ୱର, ୨ା୮(ଡିକେ ନ୍ୟୁଜ): ରାଜ୍ୟ ସରକାରଙ୍କ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆଜି ଜଳ ସମ୍ପଦ ବିଭାଗର ୧୦୬ ଜଣ ଜୁନିୟର ଇଂଜିନିୟର (ମେକାନିକାଲ) ଯୋଗ ଦେଇଛନ୍ତି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସ୍ୱାଗତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ କି ଆପଣମାନେ ଟେକ୍ନୋକ୍ରେଟ ହୋଇଥିବାରୁ ମୁଁ ଆପଣମାନେ ସମସ୍ତେ ପରିବର୍ତ୍ତନଶୀଳ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାସହ ସମନ୍ୱୟ ରଖି ଆପଣଙ୍କ କାର୍ଯ୍ୟଦକ୍ଷତାର ସ୍ୱଚ୍ଛତା ଆଣିପାରିବେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ କି ଜଳ ସମ୍ପଦ ବିଭାଗରେ ଏବେ ୩୦ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଓ ଆହୁରି ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ କାମ ପାଇପ ଲାଇନରେ ରହିଛି । ଏହି ଇନଷ୍ଟ୍ରିମ ଷ୍ଟୋରେଜଗୁଡିକ କାର୍ଯ୍ୟକାରୀ ହେଲେ ଗ୍ରାମୀଣ ଜଳ ଯୋଗାଣ ସହ ଭୂପୃଷ୍ଟରେ ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ କି ଓଡିଶା ମୁଖ୍ୟତ କୃଷିପ୍ରମୁଖ ରାଜ୍ୟ ହୋଇଥିବାରୁ ଜମିକୁ ଜଳସେଚନ କରିବା ହେଉଛି ମୁଖ୍ୟତ ଏହି ବିଭାଗର ଦାୟିତ୍ୱ । ଏହାସହିତ ଜଳଭଣ୍ଡାର ଜଳର ପରିଚାଳନା ସହିତ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ସଂପତ୍ତିର ରକ୍ଷା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଥିଲେ । ରାଜ୍ୟରେ ୨.୫୦୦ରୁ ଅଧିକ ଡ୍ୟାମ ରହିଛି । ଏହାସହ ଲୋୟର ସୁକତେଲ, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି କିଛି ବନ୍ଧ ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ଇଞ୍ଜିନିୟରଙ୍କୁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କ ଅଭିଜ୍ଞତା ବାଣ୍ଟି ନୂତନ ନିଯୁକ୍ତ ଇଞ୍ଜିନିୟର କୃଷ୍ଣ ପ୍ରିୟଦର୍ଶିନୀ, ଅଞ୍ଜଳି ପରିଡା ଏବଂ ଅର୍ଜୁନ ଦାସ ନିଯୁକ୍ତି
ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପୋଷ୍ଟିଂ ପାଇଁ କମ୍ପ୍ୟୁଟର ଆଧାରିତ ପସନ୍ଦ ଲକିଂ ସିଷ୍ଟମରେ ପ୍ରଶଂସା କରିଥିଲେ । ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଇଞ୍ଜିନିୟରଙ୍କୁ ନିଜ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି । ଯେହେତୁ ସେମାନେ କେବଳ ଏକ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦେଇ ଆସିଛନ୍ତି, ସେମାନେ କୈାଣସି ଭୟ କିମ୍ବା ଅନୁଗ୍ରହ ବିନା କାର୍ଯ୍ୟ କରିବା ଉଚିତ୍‌।

Leave A Reply

Your email address will not be published.