କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

0 71

ଭୁବନେଶ୍ୱର, ୩ା୮ (ଡିକେ ନ୍ୟୁଜ୍‌): କିଏ ହବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେଉଛି । ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବଢ଼ାଇବେ ନା ସେପ୍ଟେମ୍ବରରେ ରାଜ୍ୟକୁ ମିଳିବ ନୂଆ ଶାସନ ସଚିବ । ତାକୁ ନେଇ ଏବେଠୁ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହେଲାଣି । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୨ରେ ଶେଷ ହେଉଥିଲା । ତାଙ୍କର କାର୍ଯ୍ୟକାଳ ଆଉ ୬ମାସ ବଢ଼ାଇଥିଲେ ରାଜ୍ୟ ସରକାର । ତେବେ କେଉଁ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ଆସନ୍ତୁ ତାହା ଉପରେ ନଜର ପକାଇବା । ୧୯୮୬ ବ୍ୟାଚ୍ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜି ଭି ବେଣୁଗୋପାଳ ଶର୍ମା ଏବେ ରାଜସ୍ୱ ପର୍ସଦର ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଅକ୍ଟୋବର ୨୨ରେ ସେ ଅବସର ନେବେ । ତାଙ୍କ କାର୍ଯ୍ୟକାଳ ଆଉ ୩ ମାସ ବାକି ରହିଛି । ତେଣୁ ଶ୍ରୀ ଶର୍ମା ମୁଖ୍ୟ ଶାସନ ସଚିବ ରେସ୍‌ରେ ନାହାଁନ୍ତି । ସେହି ପରବର୍ତ୍ତୀ ମୁଖ୍ୟ ସଚିବ ରେସ୍‌ରେ ଅଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ । ସେ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଡିଆଇପିଏଏମ୍ ସଚିବ ଭାବେ ସେ କାର୍ଯ୍ୟରତ । ତାଙ୍କର କାର୍ଯ୍ୟକାଳ ୨୦୨୫ ଜୁଲାଇରେ ଶେଷ ହେଉଛି । ତେଣୁ ବରିଷ୍ଠତା ଭିତରେ ତାଙ୍କ ନା ଆସିବ । ତେବେ ସେ କେନ୍ଦ୍ରିୟ ଡେପୁଟେସନ୍‌ରୁ ଫେରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା । ସେହିପରି ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ସୁନ୍ଦରାୟ ସେ ମଧ୍ୟ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଛି । ଶ୍ରୀ ସୁନ୍ଦରାୟଙ୍କ ସମ୍ଭାବନା ମଧ୍ୟ କମ୍ । ରାମ କୁମାର ଶର୍ମା ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ । ଏବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ । ୨୦୨୩ ଅଗଷ୍ଟ ଯାଏଁ ତାଙ୍କ କାର୍ଯ୍ୟକାଳ ରହିଛି । ତାଙ୍କ ନାଁକୁ ନେଇଁ ପାୱାର କରିଡରରେ ଜୋରଦାର୍ ଚର୍ଚ୍ଚା ଧରିଛି । ୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର ରାଜେଶ ବର୍ମା । ସେ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । କର୍ପୋରେଟ୍ ଆଫାୟାର୍ସ ମନ୍ତ୍ରଣାଳୟ ସଚିବ ଭାବ କାର୍ଯ୍ୟରତ । ସେପ୍ଟେମ୍ବର ୨୦୨୪ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ଶ୍ରୀ ବର୍ମା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଆଗରୁ କାମ କରିଛନ୍ତି । ପରବର୍ତ୍ତୀ ମୁଖ୍ୟ ସଚିବ ରେସ୍‌ରେ ତାଙ୍କ ନାଁଙ୍କୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । ଏମାନଙ୍କ ବାଦ୍ ଆଉ କିଛି ବରିଷ୍ଠ ଆଇଏଏସ୍‌ଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ସେମାନେ ହେଲେ ୧୯୮୮ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଧିକାରୀ ସିଜେ ବେଣୁଗୋପାଳ । ସେ ଏବେ କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିଛି ତାଙ୍କର କାର୍ଯ୍ୟକାଳ । ୧୯୮୮ ବ୍ୟାଚ୍ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ର ମେ’ ୨୦୨୪ରେ ଅବସର ନେବେ । ସେହିପରି ୧୯୮୯ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱରେ ସେ ରହି ଆସିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶସନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଭଳି ଦାୟୀତ୍ୱ ଶ୍ରୀ ଜେନା ତୁଲାଉଛନ୍ତି । ତାଙ୍କର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ଯାଏଁ ରହିଛି । ପରବର୍ତ୍ତୀ ମୁଖ୍ୟ ସଚୀବ ରେସ୍‌ରେ ତାଙ୍କ ନାଁକୁ ନେଇ ମଧ୍ୟ ପାୱାର କରିଡରରେ ଚର୍ଚ୍ଚା
ଜୋର ଧରିଛି ।

Leave A Reply

Your email address will not be published.