ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ

0 64

ନୂଆଦିଲ୍ଲୀ, ୩ା୮: ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷତ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଧାୟକୟ ରାଷ୍ଟ୍ରପତିଙ୍କ ସହ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ ବିଧାୟକମାନେ । ରାଷ୍ଟ୍ରପତି ଭାବେ ର୍ନିବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ଥିବାରୁ ଖୁସିରେ ବିଭୋର ହୋଇଥିଲେ ସମସ୍ତ ବିଧାୟକ । ଏହି ସମୟରେ ବିଧାୟକମାନେ ରାଷ୍ଟ୍ରପତି ଶ୍ରୀ ମୁର୍ମୁଙ୍କୁ ଉପହାର ଦେଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କୋଟପାଡ ଶାଢ଼ି ଉପହାର ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତି । ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଶାଢ଼ି ଉପହାର ଦେଇଥିଲେ । ସେହିଭଳି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କବିତା ଲେଖିଥିଲେ । କବିତା ସଙ୍କଳନକୁ ଫ୍ରେମ୍‌ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ଏହାପରେ ବିଧାୟକଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, ଓଡ଼ିଶା ବିଧାନସଭା ତରଫରୁ ଆସିଥିବା ସର୍ବ ଦଳୀୟ କମିଟିର ସଦସ୍ୟମାନେ ଆଜି ରାଷ୍ଟ୍ରପତିଙ୍କୁ ଭେଟିଲୁ । ରାଷ୍ଟ୍ରପତିଙ୍କୁ ଭେଟିବାର ସମୟ ଆମ ପାଇଁ ଥିଲା ସବୁଠାରୁ ଆନନ୍ଦର ମୁହୂର୍ତ୍ତ । ପରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଙ୍ଗଳ୍ପ ପତ୍ର ତାଙ୍କୁ ପ୍ରଦାନ କରିଥିଲୁ । ତାହା ସହିତ ଓଡ଼ିଶା ବିଧାନସଭା ତରଫରୁ
ସମ୍ୱର୍ଦ୍ଧିତ କରିଥିଲୁ । ଆଗାମୀ ଦିନରେ ଓଡ଼ିଶାର ପ୍ରଗତିରେ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଭିତରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବାର ମୁହୂର୍ତ୍ତ ଥିଲା ଆନନ୍ଦର ମୁହୂର୍ତ୍ତ । ବିଭିନ୍ନ ଲୋକ ବିଭିନ୍ନ ଉପହାର ଦେଇଛନ୍ତି । ମୁଁ କୋଟପାଡ ଶାଢ଼ୀ ଦେଇଛି । ୨୦୦୦ ମସିହାରେ ସେ ମନ୍ତ୍ରୀ ଥିଲେ । ସେତେବେଳେ ମୁଁ ବିଧାୟକ ଥିଲି । ଏହାଛଡ଼ା ଶ୍ରୀମତି ମୁର୍ମୁ ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବା ବେଳେ ଆମେ ରାଜଭବନ ଯାଇଥିଲୁ । ସେଥିପାଇଁ ଆମେ ଅତି ପରିଚିତ । ସେ ମୋତେ ଦେଖି କହିଥିଲେ, ଭାଲୁ ଭାଇ କେମିତି ଅଛନ୍ତି?

Leave A Reply

Your email address will not be published.