ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ଅଣ୍ଟା ଭିଡିଲେ ମନ୍ତ୍ରୀ ଫୋକସ୍‌ରେ ଲୋକଙ୍କ ସମସ୍ୟାର ସମାଧାନ

0 69

ଭୁବନେଶ୍ୱର, ୩ା୮ (ଡିକେ ନ୍ୟୁଜ୍‌): ଏଣିକି ଜିଲ୍ଲାରୁ ଜିଲ୍ଲାକୁ ତୋଫାନୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିମ୍ । ବିଧାନସଭା ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ ୬-ଟି
ମନ୍ତ୍ରକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମନ୍ତ୍ରୀମାନେ । ଗ୍ରାଉଣ୍ଡ୍‌ରେ ମନ୍ତ୍ରୀମାନେ ଲୋକଙ୍କ ସମସ୍ୟାକୁ ବୁଝିବା ସହିତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନ୍ତ୍ରୀମାନେ ସଜବାଜ ଆରମ୍ଭ କରିଛନ୍ତି । ଫୋକସ୍‌ରେ ରହିଛି ଲୋକଙ୍କ ସମସ୍ୟାର ସମାଧାନ । ଲୋକଙ୍କ ପାଖକୁ ଯାଅ, ସମସ୍ୟା ବୁଝି ସମାଧାନ କର । ଲୋକସେବା ଭବନରେ ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରାଉଣ୍ଡ୍‌ରେ ଶତପ୍ରତିଶତ କାର୍ଯ୍ୟକାରୀ କର । ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ତାଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ଶାସନ ବ୍ୟବସ୍ଥାରେ ୫-ଟି ସହିତ ଆଉ ଏକ ଟି (ଟୁର୍‌) ସାମିଲ କରି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳକୁ ଗୁରୁମନ୍ତ୍ର ଦେଇଥିଲେ । ଲମ୍ବା ସମୟର ମୌସୁମୀ ଅଧିବେଶନ ଶେଷ ହେବା ପରେ ଏବେ ଜିଲ୍ଳା ଗସ୍ତକୁ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ । ନିଜନିଜ ବିଭାଗକୁ ଜିଲ୍ଲା ସ୍ତରରେ ଚଳଚଞ୍ଚଳ କରିବାକୁ ସେମାନେ ଅଣ୍ଟା ଭିଡିଲେଣି । ‘ମୋ ସରକାର’ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କାମ ଆରମ୍ଭ କରିଦେଲେଣି କେତେ ମନ୍ତ୍ରୀ । ସେମାନେ ଜିଲ୍ଲା ଗସ୍ତ କରି ନିଜ ବିଭାଗ କାମ ତଦାରଖ କରିବା ସହିତ ଲୋକେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କେତେ ଉପକୃତ ହେଉଛନ୍ତି ସେ ନେଇ ସମୀକ୍ଷା କରିବେ । ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ତାର ସମାଧାନ କରିବେ । ଏଥିସହ ୨୦୧୯ ପ୍ରତିଶୃତି ପାଳନ ଉପରେ ଗୁରୁତ୍ୱ ଦେବେ । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଦୂରତା ନରହିବା ପାଇଁ ପଞ୍ଚମ ପାଳିରେ ‘ମୋ ସରକାର’ ଓ ୫-ଟି ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାକୁ ଅଧିକ ସଫଳ କରିବାକୁ ଗ୍ରାଉଣ୍ଡକୁ ମୁଖ୍ୟମନ୍ତ୍ରୀ ୬-ଟି ଭାବରେ ପ୍ରାଧାନ୍ୟ ଦେଇଛନ୍ତି ।

Leave A Reply

Your email address will not be published.