ମାନସ ମଙ୍ଗରାଜ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟି ସଦସ୍ୟ

0 73

ନୂଆଦିଲ୍ଲୀ, ୪ା୮: ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଗୁରୁଦାୟିତ୍ୱ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ମାନସ । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ସାଂସଦ ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜଣେ ନୂତନ ସାଂସଦ ତାଙ୍କୁ ଦୁଇ ଦୁଇଟି କମିଟିରେ ସଦସ୍ୟ ଭାବେ ମନୋନିତ କରାଯିବା ଏକ ବଡ଼ ଘଟଣା ।

Leave A Reply

Your email address will not be published.