ଫଟୋରୁ ବାରି ହୋଇପଡୁଛି ଓଡ଼ିଶାର ଗୁରୁତ୍ୱ

0 64

ଭୁବନେଶ୍ୱର, ୭ା୮ (ଡିକେ ନ୍ୟୁଜ୍‌): ନୀତି ଆୟୋଗ ସପ୍ତମ ପରିଚାଳନା ପରିଷଦ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଆଜିର ବୈଠକ ପରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଫଟୋ ଉଠାଇଥିଲେ । ଯେଉଁଥିରେ ଓଡ଼ିଶାର ଗୁରୁତ୍ୱ ବାରି ହୋଇପଡ଼ୁଥିଲା । ଫଟୋର ପ୍ରଥମ ଧାଡ଼ିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଛିଡ଼ା ହୋଇଥିବା ବେଳେ ଦ୍ୱିତୀୟ ଧାଡ଼ିରେ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜିର ଏହି ବୈଠକରେ ୨-୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.