ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦ ବଡ଼ ଶିଳ୍ପ ୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରି

0 66

ଭୁବନେଶ୍ୱର, ୧୦ା୮(ଡିକେ ନ୍ୟୁଜ): ଓଡ଼ିଶାରେ ବିଢ଼ବ ନିବେଶ । ଦୌଡ଼ିବ ଶିଳ୍ପାୟନ । ରାଜ୍ୟରେ ଅଧିକ ପୁଞ୍ଜିନିବେଶ ବଢ଼ାଇବା ସହ ଯୁବକ ଯୁବତୀଙ୍କୁ କାମଧନ୍ଦା ଯୋଗାଇବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୭୪ ହଜାର ୬୨୦ କୋଟି ୨୦ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛି । ଏହି ନିବେଶ ଦ୍ୱାରା ରାଜ୍ୟରେ ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି । ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଥିବା ନିବେଶ ପ୍ରସ୍ତାବ ମଧ୍ୟରେ ମୁଖ୍ୟତଃ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ୍ ଆମୋନିଆ ସହ ଧାତବ ଓ ଆନୁଷଙ୍ଗିକ ଡାଉନଷ୍ଟ୍ରିମ୍‌ ଶିଳ୍ପକୁ ମିଳିଛି ସବୁଜ ସଂକେତ । ରିନ୍ୟୁ ଇ ଫୁଏଲ୍ସ ସଂସ୍ଥାର ଗ୍ରୀନ ହାଇଡ୍ରୋଜେନ୍‌ (ବାର୍ଷିକ କ୍ଷମତା ୨୦ କିଲୋ ଟନ୍‌) ଏବଂ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ (ବାର୍ଷିକ୧୦୦ କିଲୋଟନ) ପାରାଦୀପରେ ପ୍ରତିଷ୍ଠା କରିବ । ଏଥିରେ ସଂସ୍ଥା ୨ ହଜାର କୋଟି ନିବେଶ କରିବ । ୨ ହଜାର ଲୋକଙ୍କୁ ଏ ପ୍ଲାଣ୍ଟରେ ମିଳିବ ନିଯୁକ୍ତି । ଅଣପାରମ୍ପରିକ ଶକ୍ତି ଉତ୍ସକୁ ବ୍ୟବହାର କରି ଏ ୟୁନିଟ୍ ରାଜ୍ୟରେ ଇସ୍ପାତ ଓ ସାର କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ । ସେହିଭଳି ଟାଟା ଷ୍ଟିଲ ପକ୍ଷରୁ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ସହ ୬ ହଜାର ନିୟୁତ ଟନର ଇସ୍ପାତ କାରଖାନା ଉପକରଣ ସାମଗ୍ରୀର ଏକ ୟୁନିଟ ପ୍ରତିଷ୍ଠା ହେବ । ଏଥିରେ ଟାଟା ଷ୍ଟିଲ ୧ ହଜାର କୋଟି ନିବେଶ କରିବ । ୨୪୫୧ ଜଣଙ୍କୁ ମିଳିବ ନିଯୁକ୍ତି ସୁବିଧା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ରାୟଗଡ଼ାର କାଶୀପୁରରେ ବାର୍ଷିକ ୪ ନିୟୁତ ଟନ ଆଲୁମିନା ବିଶୋଧନାଗାର ଓ ପ୍ଲାଣ୍ଟକୁ ଅନୁମତି ଦେଇଛି । ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ପକ୍ଷରୁ ଏ ଶିଳ୍ପରେ ୪୧ ହଜାର ୬୫୩ କୋଟି ନିବେଶ କରାଯିବ । ଏହି କାରଖାନାରେ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିଭଳି ଓଡ଼ିଶା ଆଲୟ ଷ୍ଟିଲ ପକ୍ଷରୁ ୮ ହଜାର କୋଟି ନିବେଶରେ ୨.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ୟୁନିଟ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ । ଏଥିରେ ୫ ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସୋମପୁରୀ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପକ୍ଷରୁ ୭୮୧୧ କୋଟିର ଧାମରାରରେ ପେଲେଟ ପ୍ଳାଣ୍ଟ, ଦେଓଝରରେ ବେନିଫିକେସନ ଓ ସ୍ଲରି ପ୍ଳାଣ୍ଟ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.