ଏସିଆ କପରେ ମିଳିଲାନି ସଞ୍ଜୁ ସାମସନଙ୍କୁ ସ୍ଥାନ

0 69

ନୂଆଦିଲ୍ଲୀ, ୯ା୮: ବିସିସିଆଇ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି । ଏଥିରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ସ୍ଥାନ ମିଳିଛି । ତେବେ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ୍‌, ଇଶାନ କିଷନ ଓ ଦ୍ରୁତ ବୋଲର ମହମ୍ମଦ ସାମି ଟିମରୁ ବାଦ୍ ପଡିଛନ୍ତି । କୁହାଯାଉଛି ଯେ, ଏସିଆ କପ୍ ଖେଳୁଥିବା ଟିମକୁ ବିସିସିଆଇ ଟି୨୦ ବିଶ୍ୱକପ୍ ପାଇଁ ଓହ୍ୱାଇପାରେ । ଏଥିରୁ ଏହା ସ୍ପଷ୍ଟ ଯେ, ଚୟନକର୍ତ୍ତା ସଞ୍ଜୁ, ଇଶାନ ଓ ସାମିଙ୍କୁ ବିଶ୍ୱକପ୍ ପାଇଁ ସୁଯୋଗ ଦେବାକୁ ଚାହାଁନ୍ତି ନାହିଁ । ସଞ୍ଜୁ ଦଳରୁ ବାଦ୍ ପଡିବା ପରେ ତାଙ୍କ ଫ୍ୟାନ୍ ନିରାଶ ହୋଇଛନ୍ତି । ସୋସିଆଲ ମିଡିଆରେ ବିସିସିଆଇର ଏପରି ନିଷ୍ପତ୍ତିକୁ ସେମାନେ ସମାଲୋଚନା କରିଛନ୍ତି । ସଞ୍ଜୁଙ୍କୁ କାହିଁକି ଷ୍ଟାଣ୍ଡବାଏରେ ରଖାଯାଇନି । ସେ କଣ ଭୁଲ କରିଛନ୍ତି ବୋଲି ଫ୍ୟାନ୍ ପଚାରିଛନ୍ତି । ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଏକା ଭଳି । ଉଭୟଙ୍କର କଣ ଆବଶ୍ୟକତା ରହିଛି । ସଞ୍ଜୁଙ୍କ ରେକର୍ଡ ଦୀପକ ହୁଡ୍ଡାଙ୍କଠୁ ୟୁଏଇରେ ଅଧିକ ଥିବା ପ୍ରଶଂସକମାନେ ଟ୍ୱିଟ୍ କରିଛନ୍ତି । ଏସିଆ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନ l

Leave A Reply

Your email address will not be published.