ଭାରତୀୟ ଭାଷା ଖବରକାଗଜ ସଂଘର କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଓଡ଼ିଶାର ଦୁଇଜଣ ମନୋନୀତ ଅକ୍ଷୟ କୁମାର ପଟ୍ଟନାୟକ, ସୁଧୀର କୁମାର ପଣ୍ଡା

0 79

ଭୁବନେଶ୍ୱର, ୯ା୮ (ଡିକେ ନ୍ୟୁଜ୍‌): ଇଣ୍ଡିଆନ୍‌ ଲାଙ୍ଗୁଏଜେସ୍ ନ୍ୟୁଜ୍ ପେପସ୍‌ର୍ଆ ସୋସିଏସନ୍ ପକ୍ଷରୁ ଗୋଆଠାରେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରୁ ଦୁଇଜଣ ଦୈନିକ ଖବରକାଗଜ ‘ପ୍ରତିଦିନ’ର ସମ୍ପାଦକ ସୁଧୀର କୁମାର ପଣ୍ଡା ଓ ଦୈନିକ ଖବରକାଗଜ ‘ଡୁମାଣୀ ଖବର’ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ଏହି ସଫଳତା ପାଇଁ ‘ପ୍ରତିଦିନ’ ପରିବାର ଓ ‘ଡୁମାଣୀ ଖବର’ ପରିବାର ପକ୍ଷରୁ ଉଭୟ ସମ୍ପାଦକଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.