ମହଙ୍ଗା ହେବ ବିମାନ ଯାତ୍ରା

An Air India Airbus A320 neo plane takes off in Colomiers near Toulouse, France. REUTERS/Regis Duvignau/File Photo
0 70

ମହଙ୍ଗା ହେବ ବିମାନ ଯାତ୍ରା । ବଢ଼ିପାରେ ବିମାନ ଭଡ଼ା । କାରଣ ବିମାନ କମ୍ପାନୀ ଗୁଡ଼ିକୁ ସ୍ୱାଧୀନ ଭାବେ ଭଡ଼ା ଧାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୩୧ରୁ ବିମାନ କମ୍ପାନୀ ଗୁଡ଼ିକ ମୁକ୍ତ ଭାବେ ଭଡ଼ା ଧାର୍ଯ୍ୟ ପାଇଁ ସରକାର ଜଣାଇଦେଇଛନ୍ତି । ପୂର୍ବରୁ କରୋନା ମହାମାରୀ ଯୋଗୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ନିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ଏବେ ଏହି କଟଣାକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏୟାର ଟର୍ବାଇନ୍ ଫ୍ୟୁଏଲ ପ୍ରାଇସ ବୃଦ୍ଧି ଯୋଗୁ ବିମାନ କମ୍ପାନୀ ଗୁଡ଼ିକ ବହୁ ପରିମାଣରେ କ୍ଷତି ସହୁଛନ୍ତି । ସେମାନଙ୍କ ଦାବିକୁ ଅତି ସାବଧାନତାର ସହ ଅନୁଧ୍ୟାନ କରିବା ପରେ ଟିକଟ ମୂଲ୍ୟ କଟକଣା ସରକାର ହଟାଇ ଦେବାକୁ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ, କରୋନା ମହାମାରୀ ବ୍ୟାପିବା ପରେ ଗତବର୍ଷ ମେ\’ ୨୫ ଠାରୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ଟିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇ ଥିଲା । କିନ୍ତୁ, ଆନ୍ତର୍ଜାତିକ ବିମାନ ଲାଗି ସେଭଳି କିଛି ନିର୍ଦେଶ ଜାରି କରାଯାଇ ନଥିଲା । ଅନ୍ୟପକ୍ଷରେ ଆଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ)ର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏହାର ପ୍ରଭାବ ବିମାନ କମ୍ପାନୀ ଗୁଡ଼ିକ ଉପରେ ପଡ଼ିଛି । ଆଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ)ର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଜୁନ ୨୦୨୧ ପରେ ଏପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟରେ ଯଥେଷ୍ଟ ଅଧିକ ଅଧିକ ବୃଦ୍ଧି ହେଲାଣି । ଏଭିଏସନ ଟର୍ବାଇନ ଫ୍ୟୁଏଲ ମୂଲ୍ୟ ପ୍ରତିମାସର ପହିଲା ଓ ୧୬ ତାରିଖରେ ସଂଶୋଧିତ ହୋଇଥାଏ ।

Leave A Reply

Your email address will not be published.