ପଦାରେ ପଡିଲା ଚୀନ୍‌ର ଦୋମୁହାଁ ନୀତି ଜାତୀୟ ସୁରକ୍ଷା ପରିଷଦରେ ଭାରତର ଉଦ୍‌ବେଗ

0 70

ନୂଆଦିଲ୍ଲୀ, ୧୧ା୮: ପୁଣି ପଦାରେ ପଡିଲା ଚୀନ ପାକିସ୍ତାନ ପ୍ରେମ । ମିଳିତ ଜାତିସଂଘରେ ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ ଏ ମହମ୍ମଦର କମାଣ୍ଡର ଅବଦୁଲ ରଉଫ ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବକୁ ଏବେ ବିରୋଧ କରିଛି ଚୀନ । ରଉଫ ଉପରେ ବୈଷୟିକ ପ୍ରତିବନ୍ଧକ ଲଗାଇବା ସହିତ ତାର ସମସ୍ତ ସମ୍ପତି ଫ୍ରିଜ କରିବାକୁ ମିଳିତ ଜାତିସଂଘରେ ପ୍ରସ୍ତାବ ଦେଇଥିଲେ ଭାରତ ଓ ଆମେରିକା । ତେବେ ଚୀନ ଏହି ପ୍ରସ୍ତାବକୁ ଖାରଜ କରିଛି । ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ସମୟର ଆବଶ୍ୟକତା ଥିବା କହି
ଓହରି ଯାଇଛି ଚୀନ । କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରର ସାନ ଭାଇ ହେଉଛି
ଅବଦୁଲ ରଉଫ । ୨୦୦୧ରେ ତା’ ଉପରେ ଆମେରିକା ପ୍ରତବନ୍ଧକ ଲଗାଇଥିଲା । ଭାରତର ଟପ ଫାଇଭ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରଉଫ ନାମ ରହିଛି । ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ହାଇଜାକ, ୨୦୦୧ରେ ଜମ୍ମୁକଶ୍ମୀର ବିଧାନସଭା ଉପରେ
ଆକ୍ରମଣ, ସଂସଦ ଆକ୍ରମଣ, ପଠାନକୋଟ ଆକ୍ରମଣ, ନଗରୋଟା ଓ କଠୁଆ ସେନା କ୍ୟାମ୍ପ ଆକ୍ରମଣ, ପୁଲୱାମା ଆକ୍ରମଣରେ ରଉଫର ବଡ ହାତ ରହିଥିଲା ।

Leave A Reply

Your email address will not be published.