୧୦ଲକ୍ଷ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟ୍ସଆପ୍

0 66

ମୁମ୍ବାଇ,୧୧ା୮: ୨୦୨୧ ମସିହାରେ ନିଜର ପ୍ରାଇଭେସି ପଲିସି ନେଇ ଚର୍ଚ୍ଚାରେ ରହିଥିଲା ହ୍ୱାଟ୍ସଆପ୍ । ଆପ୍ର ପ୍ରାଇଭେସି ପଲିସିକୁ ନେଇ ବହୁ ବିବାଦ ଉପୁଜିଥିଲା । ୨୦୨୨ରେ କମ୍ପାନି ଯଦିଓ ପ୍ରାଇଭେସି ପଲିସିକୁ ନେଇ କିଛି କରିନାହିଁ, ମାତ୍ର ପ୍ରାଇଭେସି ଫିଚର୍ଗୁଡ଼ାଏ ଦେଖିବାକୁ ମିଳିଛି । ଏହି ଲୋକପ୍ରିୟ ମେସେଜିଂ ଆପ୍ ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ମାର୍କେଟ୍ । ଆପଣ ଜାଣିଥିବେ ନିଶ୍ଚୟ ଯେ କେବଳ ଭାରତରେ ୪୦ କୋଟିରୁ ଅଧିକ ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି । ଲୋକଙ୍କ ପ୍ରାଇଭେସିକୁ ନେଇ ଆପ୍‌ ଲଗାତର ନୂଆ ନୂଆ ଫିଚର୍ ନେଇ ଆସୁଥିବା ଦେଖିବାକୁ ମିଳିଛି । ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହ୍ୱାଟସ୍‌ଆପ୍‌ର ଏବେ ନୂଆ କରି \”ଲିଭ୍ ଗ୍ରୁପ୍ ସାଇଲେଣ୍ଟ୍ଲି\’ ଫିଚର୍‌ ଯୋଡ଼ି ହୋଇଛି । ଏହା ଦ୍ୱାରା ଆପଣ କେଉଁ ଗ୍ରୁପ୍ରୁ ଗୁପ୍ତ ଭାବେ ବାହାରି ପାରିବେ । ଗ୍ରୁପ୍ର ଅନ୍ୟ ସଦସ୍ୟମାନଙ୍କୁ ଲିଭ୍ ଗ୍ରୁପ୍ ମେସେଜ୍ ବି ଯିବ ନାହିଁ । ପୂର୍ବରୁ ଆପଣ ଲାଷ୍ଟ୍ ସିନ୍ ଓ ଡିପି ହାଇଡ୍‌(ଲୁଚାଇବା) ଫିଚର୍ ବିଷୟରେ ଜାଣିଛନ୍ତି । ଏବେ ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍କୁ ବି ହାଇଡ୍ କରିପାରିବେ । ଅର୍ଥାତ, ଆପଣ ଅନ୍‌ଲାଇନ୍ ଅଛନ୍ତି କି ନାହିଁ ତାହାର ସୂଚନା ଅନ୍ୟ କାହାକୁ ମିଳିବ ନାହିଁ । ନିକଟରେ ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ୍‌ ୧୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏହି ଆପ୍ ପ୍ରତି ମାସ ଆଇଟି ନିୟମ ଅନୁଯାୟୀ ରିପୋର୍ଟ ରିଲିଜ୍‌ କରି ଆକାଉଣ୍ଟ୍ ସଂପର୍କିତ ତଥ୍ୟ ପ୍ରଦାନ କରିଥାଏ । ଆପ୍ ପକ୍ଷରୁ ମେ ମାସର ରିପୋର୍ଟରେ ଏହି ଲକ୍ଷ ଲକ୍ଷ ଭାରତୀୟ ଆକାଉଣ୍ଟ୍ ବ୍ୟାନ୍ ହେବା ସୂଚନା ଦିଆଯାଇଛି । ହ୍ୱାଟ୍ସଆପ୍ ଗାଇଡ୍‌ ଲାଇନ୍ ଉଲ୍ଲଂଘନ କାରଣରୁ ଏହି ଆକାଉଣ୍ଟଗୁଡ଼ିକ ବନ୍ଦ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.