ଇଣ୍ଡିଆ ଟୁୂଡେ ମୁଡ୍‌ ଅଫ୍‌ ନେସନ୍‌ ସର୍ଭେ ସବୁଠୁ ଲୋକପ୍ରିୟ ସିଏମ୍‌ ନବୀନ

0 45

ଭୁବନେଶ୍ୱର, ୧୨ା୮(ଡିକେ ନ୍ୟୁଜ): ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ ନେସନ ପୋଲ୍‌ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍‌ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ । ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ । ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି ବା ଏହାର ମେଣ୍ଟ ଦଳ ଏନ୍‌ଡିଏ ବର୍ତ୍ତମାନ ପରିପ୍ରେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ଼ ସର୍ଭେରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ଦେଶର ସର୍ବାଧିକ ଲୋକପ୍ରିୟ ନେତା । ବର୍ତ୍ତମାନ ମଧ୍ୟ ୫୩ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ·ହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ୯ ପ୍ରତିଶତ ·ହୁଁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ·ହୁଁଛନ୍ତି ୭ ପ୍ରତିଶତ ଜନତା । ଅନ୍ୟପଟେ ଯଦି କଂଗ୍ରେସ ଦଳ ଭିତରେ ଲୋକପ୍ରିୟ ନେତାଙ୍କୁ ଦେଖାଯାଏ, ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ । ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଛି । ଅନ୍ୟପଟେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ, ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦଳୀୟ ସମର୍ଥନ ବା ଲୋକପ୍ରିୟତା ରହିଛି ୯ ପ୍ରତିଶତ ।

Leave A Reply

Your email address will not be published.