୧୪ରୁ ଦୂରଦର୍ଶନରେ ସ୍ୱାଧୀନତାର ଗୌରବ ଗାଥା

0 69

ଭୁବନେଶ୍ୱର, ୧୨ା୮(ଡିକେ ନ୍ୟୁଜ): “ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ·ନେଲରେ ୧୪ ଅଗଷ୍ଟ ଠାରୁ ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବ । ସ୍ୱ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ-ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ । ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି । ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ·ନେଲରେ କରାଯିବ । ଏସବୁ ଭାଷାଗୁଡ଼ିକ ହେଲା ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା । ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ୱାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ । ସପ୍ତାହ ସମୟରେ ଅଧ୍ୟାୟଗୁଡ଼ିକୁ ପୁନଃପ୍ରସାରଣ କରାଯିବ ।

Leave A Reply

Your email address will not be published.