ନୂଆଦିଲ୍ଲୀ, ୧୨ା୮: ଭାରତୀୟ କ୍ରିକେଟର ରିଷଭ୍ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ·ଲିଛି । ପନ୍ତ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ । ଏବେ ଉର୍ବଶୀ ମଧ୍ୟ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ଏଥିରେ ସେ ପନ୍ତଙ୍କ ନାମ ନ ନେଇ ତାଙ୍କୁ କଡ଼ା ଜବାବ୍ ଦେଇଛନ୍ତି । ଇନ୍ଷ୍ଟାଗ୍ରାମରେ ଉର୍ବଶୀ ପୋଷ୍ଟ୍ କରିଛନ୍ତି କି, “ଛୋଟ ଭାଇ କେବଳ ବ୍ୟାଟ୍ ବଲ୍ ଖେଳିବା ଉଚିତ୍ । ମୁଁ କୌଣସି ମୁନ୍ନି ନୁହେଁ ଯେ ବଦ୍ନାମ ହୋଇଯିବି, ତାହା ବି କିଡୋ ଡାର୍ଲିଂ (ଛୋଟ ପିଲା) ତୁମ ପାଇଁ । କୌଣସି ଶାନ୍ତ ଝିଅର ଫାଇଦା ଉଠାଇବା ଉଚିତ୍ ନୁହେଁ’ । କହି ରଖୁଛୁ, ନିକଟରେ ସୋସିଆଲ ମିଡିଆରେ ଉର୍ବଶୀ ରୌତେଲାଙ୍କ ଇଣ୍ଟରଭ୍ୟୁର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ସେଥିରେ ଉର୍ବଶୀ “ମିଷ୍ଟର ଆର୍ପି’ ନାଁ ବାରମ୍ବାର ଧରିବା ସହିତ ଉଭୟଙ୍କ ଭିତରେ
ସମ୍ପର୍କ ଭାଙ୍ଗିବାର ପୂରା କାହାଣୀ ବଖାଣିଥିଲେ । ଏହାପରେ ସୋସିଆଲ ମିଡିଆରେ ଦାବି କରାଯାଇଥିଲା କି, ମିଷ୍ଟର ଆର୍ପି ଆଉ କେହି ନୁହଁନ୍ତି, ବରଂ ରିଷଭ୍ ପନ୍ତ । ଏହା ପରେ ପରେ ରିଷଭ୍ ନିଜ ଇନ୍ଷ୍ଟା ଷ୍ଟୋରୀରେ ଉର୍ବଶୀଙ୍କୁ କଡ଼ା ଜବାବ ଦେଇଥିଲେ । ଯଦିଓ ଏହାର କିଛି ମିନିଟ୍ ପରେ ସେ ଏହାକୁ ଡିଲିଟ୍ କରି ଦେଇଥିଲେ । ଇନ୍ଷ୍ଟାଗ୍ରାମରେ ରିଷଭ୍ ଲେଖିଥିଲେ ଯେ “କିଛି ଲୋକ ଇଣ୍ଟରଭ୍ୟୁରେ କେବଳ ମଜା ପାଇଁ ମିଛ କହି ଦିଅନ୍ତି, ଯେପରି ଅଲଗା ଅଲଗା ହେଡ୍ଲାଇନ୍ସ ମିଳି ପାରିବ ଏବଂ ସେମାନେ ନ୍ୟୁଜରେ ରହି ପାରିବେ । ଦୁଃଖ ଲାଗିଥାଏ, ଲୋକେ ଫେମ୍ ପାଇଁ ଏତେ ଭୋକିଲା କେମିତି ଅଛନ୍ତି’ । ରିଷଭ୍ ପନ୍ତ ଉର୍ବଶୀ ରୌତେଲାଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଥିଲେ, “ମୋ ପିଛା ଛାଡ଼ିଦିଅ ଭଉଣୀ । ମିଛର ବି କିଛି ସୀମା ଥାଏ’ । ଆଉ ଏବେ ଉର୍ବଶୀଙ୍କ ପୋଷ୍ଟରେ ଲୋକେ କମେଣ୍ଟ କରି ଉଭୟଙ୍କୁ ପରିହାସ କରୁଛନ୍ତି । ମିଡିଆ ରିପୋର୍ଟରେ ଦାବି କରାଯାଉଛି କି, ପୂର୍ବରୁ ପନ୍ତ ଓ ଉର୍ବଶୀ ରିଲେସନଶିପ୍ରେ ଥିଲେ । ୨୦୧୯ରେ ରିଷଭ୍ ପନ୍ତ ଓ ଉର୍ବଶୀ ରୌତେଲାଙ୍କୁ ଜୁହୁର ଏକ ହୋଟେଲରେ ଲେଟ୍ ନାଇଟ୍ ଡିନର ଡେଟରେ ଯାଉଥିବା ଦେଖାଯାଇଥିଲା । ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ପରେ ଖବର ଆସିଥିଲା ଯେ ଉର୍ବଶୀ ଓ ରିଷଭ୍ ପନ୍ତଙ୍କ ରାସ୍ତା ଅଲଗା ହୋଇଯାଇଛି ଏବଂ ପନ୍ତ ଉର୍ବଶୀଙ୍କୁ ହ୍ାଟସ୍ଆପରେ ବ୍ଲକ୍ କରି ଦେଇଛନ୍ତି ।
ଛୋଟ ଭାଇ କେବଳ ବ୍ୟାଟ୍ ବଲ୍ ଖେଳିବା ଉଚିତ୍: ଉର୍ବଶୀ
Prev Post
Next Post