ମହାନଦୀରେ ଆସୁଛି ବନ୍ୟା

0 71

ଭୁବନେଶ୍ୱର, ୧୩ା୮(ଡିକେ ନ୍ୟୁଜ): ଲଗାଣ ବର୍ଷା ଆଣିଛି ମହାବିପତ୍ତି । ରାଜ୍ୟରେ ଏବେ ବନ୍ୟା ସ୍ଥିତି । ଉପରମୁଣ୍ଡରେ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବିଶେଷକରି ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ଛତିଶଗଡ଼ରେ ବର୍ଷା ଲାଗି ରହିଲେ ଏବଂ ଓଡ଼ିଶାରେ ବର୍ଷା ଜାରି ରହିଲେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସକାଳ ୮ଟା ବେଳେ କଟକ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ତେଣୁ ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲାଯାଉଛି । ରାଜ୍ୟରେ ଲଘୁ·ପ ଜନିତ ଲଗାଣ ବର୍ଷା ଜାରି ରହିଛି । ଏହା ଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଅନ୍ୟପଟେ ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଶୁକ୍ରବାର ଜଳ ପ୍ରବେଶ ୪ ଲକ୍ଷ କ୍ୟୁସେକ୍‌ ଛୁଇଁଥିବା ବେଳେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଗେଟ୍‌ ଖୋଲିବା ଆରମ୍ଭ ହୋଇଛି । ଗତକାଲି ଠାରୁ ମୋଟ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ସକାଳେ ୪ଟି ଗେଟ୍‌ ଖୋଲିଥିଲା । ତେବେ ଆଉ ୪ଟି ଗେଟ୍‌ ଖୋଲିବା ଫଳରେ ମୋଟ ୩୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବନ୍ୟାକୁ ନଜରରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ୱରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ୱରେ ଇଞ୍ଜିନିୟର ବଳେଶ୍ୱର ନାଥ ସାହୁ ଅଛନ୍ତି । ଅନ୍ୟପଟେ
କେନ୍ଦ୍ରାପଡ଼ା ଦାୟିତ୍ୱରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ୱରେ ଇଞ୍ଜିନିୟର ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ଦାୟିତ୍ୱରେ ବିଘ୍ନରାଜ ପୁରୋହିତ ରହିଛନ୍ତି । ୮ ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସଂପୃକ୍ତ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫୁଲିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ଥିବାବେଳେ ସକାଳ ଜଳସ୍ତର ରହିଛି ୧୭.୬୯ ମିଟର । ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ଥିବା ବେଳେ ୩୬.୫୯ ମିଟର ରହିଛି । ସାଳନ୍ଦୀ ନଦୀରେ ବି ବଢୁଛି ଜଳସ୍ତର । ବୈତରଣୀ ଓ ସାଳନ୍ଦୀ ନଦୀର ରେବ, କପାଳୀ, ଗେଙ୍ଗୁଟି, କୋଚିଳା ଓ ଯଅ ନଦୀର ଜଳସ୍ତର ବଢିଛି । ଫଳରେ ପାଣି ଘେରରେ ରହିଛି ·ଷଜମି । ସେହିପରି କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ଏ ପର୍ଯ୍ୟନ୍ତ ଚଳିତ ବର୍ଷର ବନ୍ୟା ଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହିଁ । ହୀରାକୁଦ ଡ଼୍ୟାମରୁ ଛଡା ଯାଇଥିବା ପ୍ରଥମ ପାଞ୍ଚୋଟି ଗେଟର ପାଣି ଆଜି ସକାଳେ ଅତିକ୍ରମ କରି ଯାଇଛି । ଯାହାଫଳରେ ଏହି ପାଣି ମା’ଙ୍କ ସମସ୍ତ ପାହାଚକୁ ବୁଡାଇ ଥିବା ବେଳେ ଏବେ ସୁଦ୍ଧା ବେଢ଼ା ଉପରକୁ ପାଣି ଉଠିନାହିଁ । ମନ୍ଦିରର ମୁଖ୍ୟ ପୂଜାରୀଙ୍କ କହିବା ମୁତାବକ ଯଦିଓ ଆଜି ହୀରାକୁଦର ୩୪ ଗେଟ୍‌ ପାଣି ରାତି ସୁଦ୍ଧା ଆସିବାର ଅଛ । ଏହା ସହିତ ପୁଣି ଆଉ ଏକ ଲଘୁ·ପ ବର୍ଷା ହେବାର ସତର୍କ କରାଯାଇଛି । ତେଣୁ ରାତି ସୁଦ୍ଧା ପାଣି ବଢିବାର ଆଶଙ୍କା ରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥିତି ଭଲ ରହିଛି ।

Leave A Reply

Your email address will not be published.