ଆସନ୍ତା ମାର୍ଚ୍ଚରେ ମହିଳା ଆଇପିଏଲ୍‌!

0 53

ମୁମ୍ବାଇ, ୧୩ ।୮: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆସନ୍ତା ବର୍ଷ (୨୦୨୩) ମାର୍ଚ ମାସରେ ପ୍ରଥମ ମହିଳା ଆଇପିଏଲ୍‌ କରିବାକୁ ପ୍ରସ୍ତୁତ ହେଉଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କଠାରୁ ଏଭଳି ସୂଚନା ମିଳିଛି । ଆଇପିଏଲ୍‌ ଲାଗି ବୋର୍ଡ ମହିଳାଙ୍କ ଘରୋଇ କ୍ୟାଲେଣ୍ଡରରେ ମଧ୍ୟ ସେହି ଅନୁଯାୟୀ ପ୍ରସ୍ତୁତି କରିଛି । ପୂର୍ବରୁ ମହିଳା ଘରୋଇ କ୍ରିକେଟ୍‌ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିଲା । ହେଲେ ଏବେ ଏହାକୁ ଗୋଟିଏ ମାସ କମାଇ ଦିଆଯାଇଛି । ୨୦୨୨-୨୩ ଋତୁ ଅକ୍ଟୋବର ୧୧ରୁ ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୦୨୩ ଅନ୍ତଃଜୋନାଲ ଦିନିକିଆରେ ଶେଷ ହେବ । ୨୦୧୮ରେ ପ୍ରଥମ ଥର ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ କରାଯାଥିଲା । ଏହା ପ୍ରଦର୍ଶନୀ ମ୍ୟାଚ୍‌ ଭଳି ଥିଲା । ଏଥିରେ ଦୁଇଟି ଦଳ ଭାଗନେଇଥିଲେ । ଏବେ ଏହା ୩ ଦଳକୁ ନେଇ ଖେଳାଯାଉଛି । କିନ୍ତୁ ଏହାକୁ ପୁରୁଷ ଆଇପିଏଲ୍‌ ଭଳି କରିବାକୁ ବିସିସିଆଇ ଚିନ୍ତା କରିଛି । “ଆମେ ପୂର୍ଣ୍ଣାଙ୍ଗ ରୂପରେ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ପ୍ରସ୍ତୁତ ଅଛୁ । ଏହା ନିଶ୍ଚିତ ହେବ । ମୋର ପୂରା ବିଶ୍ୱାସ ଆସନ୍ତା ବର୍ଷ ଏହା ହେବ । ମହିଳା ଆଇପିଏଲ୍‌ ଲାଗି ୨୦୨୩ ଭଲ ସମୟ ଏବଂ ପୁରୁଷ ଆଇପିଏଲ୍‌ ଭଳି ଏହା ମଧ୍ୟ ସଫଳତା ପାଇବ” ବୋଲି ଗାଙ୍ଗୁଲି କହିଛନ୍ତି । ଚଳିତ ବର୍ଷ ସେମ୍ବେରରେ ହେବାକୁଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ମହିଳା ଆଇପିଏଲ୍‌ ବିଷୟରେ ଆଲୋଚନା ହୋଇ ଚୂଡ଼ାନ୍ତ ମୋହର ମରାଯିବ ବୋଲି ଗାଙ୍ଗୁଲି କହିଛନ୍ତି ।

Leave A Reply

Your email address will not be published.