ଦାଉ ସାଧିଲା ମହାନଦୀ ବନ୍ୟା ଦେଢ଼ଲକ୍ଷ ଲୋକ ଜଳବନ୍ଦୀ

0 68

ସମ୍ବଲପୁର/ଭୁବନେଶ୍ୱର, ୧୬ା୮(ଡିକେ ନ୍ୟୁଜ): ମହାନଦୀରେ ବନ୍ୟା ଆଣିଛି ବିପତ୍ତି । ବଢ଼ିଛି ବିପନ୍ନଙ୍କ ଦୁର୍ଦ୍ଦଶା । ମହାନଦୀରେ ବନ୍ୟା ଆସିଥିବାରୁ ଜଳବନ୍ଦୀ ହୋଇଛନ୍ତି ଏହାର ଅବବାହିକାର ଲୋକ । ବିଶେଷକରି ଅନୁଗୁଳ ଜିଲ୍ଲାର ଆଠମଲିକ ଏବଂ ଟିକରପଡ଼ା ଅଞ୍ଚଳ ପାଣିଘେରରେ ରହିଛି । ଗାଁ ଗାଁରେ ଲହରି ଭାଙ୍ଗୁଛି ବନ୍ୟାଜଳ । କେଉଁଠି ୩ ଫୁଟ୍‌ ତ କେଉଁଠି ୧୦ଫୁଟ୍‌ ଲେଖାଏ ବନ୍ୟା ପାଣି ବୋହୁଛି । ଘରଦ୍ୱାର, ରାସ୍ତାଘାଟ, ଜମିବାଡି ସବୁ ଏକାକାର ହୋଇଯାଇଛି । ରାସ୍ତାରେ ଡଙ୍ଗା ଚାଲୁଛି । ମହାନଦୀର ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ାରେ ବନ୍ୟା ସ୍ଥିତି ସଂଗୀନ୍‌ । ଟିକରପଡ଼ା ଅଞ୍ଚଳର ୪ ଗାଁ ଗଇଁଦି, ବେହେରାସାହି, ମଝିପଡ଼ା ଓ ଘାଟସାହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପାଣିଘେରରେ ଆଠମଲିକ ବ୍ଲକ୍‌ର କୁଦ ଗାଁ । ସେହପରି ବାଙ୍କୀ ଏବଂ କଟକ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଦେବୀ ନଦୀରେ ମଧ୍ୟ ବନ୍ୟା ଆସିଛି । ମୁଣ୍ଡଳିରେ ବିପଦ ସଙ୍କେତ ଟପିଛି ବନ୍ୟାଜଳ । ମୁଣ୍ଡଳିରେ ୧୨ଲକ୍ଷ ୧୪ଶହ ୨୬ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ଚିନ୍ତା ବଢ଼ିଯାଇଛି । ସେହିପରି ବନ୍ୟାପାଣିରେ ବୁଡ଼ିଛି କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ । ଅନ୍ୟପକ୍ଷରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ବନ୍ୟା ସ୍ଥିତିକୁ ନେଇ ଏସଆରସି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଥିବା କହିପାରିବା । ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ରହିଛି । ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପାସ କରିବା ଆକଳନ କରାଯାଉଛି । ପାଣି ଘେରରେ ଗାଁଗୁଡିକରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାସ୍ଥିତ ଦେଖି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ଦାୟିତ୍ୱରେ ସରକାରୀ କର୍ମ·ରୀ ନିୟୋଜିତ ହୋଇଛନ୍ତି । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏହାର ମରାମତି ଚାଲିଛି । ମହାନଦୀର ଦୁଇଟି ସ୍ଥାନରେ ଘାଇ ହୋଇଛି । ପୁରୀର ମକରା ନଦୀ ଓ ଖୋର୍ଦ୍ଧାରେ ରାଜୁଆ ନଦୀରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ବନ୍ୟାରେ ୧୦ଜିଲ୍ଲାର ୪୯ ବ୍ଲକ୍‌, ୩୬୯ ପଞ୍ଚାୟତ ଓ ୧୩୬୫ ଗାଁ ପ୍ରଭାବିତ ହୋଇଛି । ୨୬ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୭୦୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୋକମାନେ ସହଯୋଗ କରନ୍ତୁ । ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ବିଦ୍ୟୁତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ବୋଲି ଏସଆରସି କହିଛନ୍ତି । ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍‌ ଖୋଲିବାରେ ଲାଗିଛି । ଆଜି ସକାଳେ ଡ୍ୟାମର ୨୬ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା । କିନ୍ତୁ ଉପରମୁଣ୍ଡରୁ ପ୍ରବଳ ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ବେଳେ ଆଗକୁ ଆଉ ଏକ ଲଘୁ·ପ ଆସୁଥିବା କାରଣରୁ ଆଉ ୧୪ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଅପରାହ୍ନ ୪ଟାରୁ ୭.୩୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍‌ ଖୋଲି ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ରୁ ମୋଟ୍‌ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି । ସୂଚନା ଅନୁସାରେ ଡ୍ୟାମ୍‌ର ବାମ ପାର୍ଶ୍ୱରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧୨ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ମିଟର ଥିବା ବେଳେ ଏବେ ଏଠାରେ ୬୨୬.୯୧ ଫୁଟ ଜଳ ରହିଛି । ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୬,୯୧,୯୫୦ କ୍ୟୁସେକ ଜଳ ପ୍ରବେଶକରୁଛି । ଅପରପକ୍ଷେ ୬,୧୦,୦୦୩ କୁସେକ ଜଳ ନିଷ୍କାସନ କରାଯାଉଛି । ସ୍ପିଲୱେରେ ୫,୮୩,୩୪୪ କ୍ୟୁସେକ, ପାୱାର ଚେନାଲ ମାଧ୍ୟମରେ ୨୩,୯୮୫, ଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି । ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସ୍‌ଏମ୍‌ସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବିବା ଆଶଙ୍କା ରହିଛି । ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାର ରବିବାର ଦିନଠାରୁ ଜଳମଗ୍ନ ହୋଇଛି । ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳାଠାରୁ ସୋନପୁର ସହରକୁ ଯୋଡ଼ୁଥିବା ବାଇପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି । କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଞ୍ଚଳ ବୁଡ଼ି ଯାଇଛି । ରବିବାରଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରାଯାଉଛି । ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି । ସେହିପରି କଟକ ଜିଲ୍ଲା ଆଠଗଡ଼, ନରସିଂହପୁର, ବାଙ୍କୀ ଓ ବଡମ୍ବା ଅଞ୍ଚଳର ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଛି । ଅନ୍ୟପଟେ ହୀରାକୁଦରେ ଜଳସ୍ତର ବଢୁଥିବା ଏବଂ ଆଗକୁ ବର୍ଷା ରହିଥିବାରୁ ଏବେଠୁ ସତର୍କ ରହିବାକୁ ୪୦ଟି ଗେଟ୍‌ ଖୋଲାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ହାଇଫ୍ଲଡ୍‌ ସମୟରେ ପାଣି ଅତିକ୍ରମ କରିବାକୁ ୯ରୁ ୧୨ ଘଣ୍ଟା ସମୟ ଲାଗିଥାଏ । ହୀରାକୁଦରୁ ଆସୁଥିବା ବନ୍ୟା ପାଣିରୁ ପାଖାପାଖି ୫୦ ହଜାର କ୍ୟୁସେକ ଅନ୍ୟ ଶାଖାନଦୀ ଦେଇ ·ଲିଯାଇପାରେ । ତେଣୁ ଆଶା କରାଯାଉଛି କଟକର ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ହୀରାକୁଦରୁ ପାଣି ଛାଡିଲା ପରେ ଏହା ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିଥାଏ । ପୂର୍ବରୁ ଛଡାଯାଇଥିବା ପାଣି ମୁଣ୍ଡଳିରେ ପହଞ୍ଚିବା ସହ ପିକ୍‌ ଛୁଇଁ ସାରିଥିବାରୁ ପରବର୍ତ୍ତୀ ପାଣି ପହଞ୍ଚିଲା ବେଳକୁ ଏହା ଅତିକ୍ରମ କରିସାରିଥିବ ବୋଲି ଆକଳନ କରାଯାଉଛି । ଏହିଭଳି ଜଳ ପରି·ଳନା କରି ମୁଣ୍ଡଳିଠାରେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି ପ୍ରବାହ ଉପରେ ଗୁରୁତ୍ୱ ଦିଆଯାଉଛି । ହୀରାକୁଦରୁ ଛଡା ଯାଉଥିବା ପାଣି, ତେଲ ଓ ଅନ୍ୟ ଉପନଦୀରୁ ମିଶୁଥିବା ପାଣି କିଭଳି ବଡଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ନକରେ ସେଥିପ୍ରତି ସରକାର ସତର୍କ ରହିଛନ୍ତି । ଯଦିଓ ବଡଧରଣର ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି, କିନ୍ତୁ ତଳିଆ ଅଞ୍ଚଳଗୁଡିକରେ ବନ୍ୟାପାଣି ପଶିଯାଇଛି । ତେବେ ବନ୍ୟା ସ୍ଥିତି ଉପୁଜିଥିବା ସ୍ଥାନଗୁଡ଼ିକ ହେଉଛି ପୁରୀ ଜିଲ୍ଲାର କଣାସ, ପିପିଲି, ବଡ଼ାସ, ଦୋକନ୍ଦା, ନାନକେରା, ଗଡ଼ବଳଭଦ୍ରପୁର ଓ କୋଠତୋଟାରେ ବନ୍ୟାପାଣି ପଶିଛି । ସେହିପରି କଟକ ଜିଲ୍ଲାର ବାଙ୍କୀ, ତିଗିରିଆ, ଡମପଡ଼ା, ନରସିଂହପୁର, କଇଁମୁଣ୍ଡି ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ, ନରଣଗଡ଼, ହିରିମୂଳ ଓ ଡିହଖଳା । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ବଡ଼ବାଲିକଣି, କାଠକୋଟ ଓ ହଂସୁରା । କେନ୍ଦ୍ରାପଡ଼ାର ଜଳପୋକ, ପଖଟ, କଣିବାଙ୍କ, ଶିଶୁଆ, ଷଠିଲୋ, ପୁରୁଷୋତ୍ତମପୁର, ଆଇତିପୁର, ବଳରାମପୁର ଏବଂ ଯାଜପୁର ଜିଲ୍ଲାର କମାଲପୁର, କସପା, ନୂଆଶାସନ, ଅହିୟାସ, ପଲ୍ଲାସାହି, ପଞ୍ଚପଡ଼ା, ମଲ୍ଳିକାପୁର, ଦାଣ୍ଡିସାହି, ଜୟନ୍ତରା, ଲକ୍ଷ୍ମୀପୁର ଓ କୟାଁ ଆଦି ଅଞ୍ଚଳରୁ ଜଳବନ୍ଦୀର ଚିତ୍ରସବୁ ସାମ୍ନାକୁ ଆସିଛି ।

Leave A Reply

Your email address will not be published.