ମହାନଦୀରେ ମଧ୍ୟମ ଧରଣର ବନ୍ୟା : ଏସ୍‌ଆରସି

0 69

ଭୁବନେଶ୍ୱର, ୧୪ା୮(ଡିକେ ନ୍ୟୁଜ): ଦୁଇ ଦିନ ତଳେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିବା ବେଳେ ରବିବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ମଧ୍ୟମ ଧରଣର ବନ୍ୟା ଆସିବ । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି । ଏସ୍‌ଆରସି କହିଛନ୍ତି, ଗତ ଦୁଇ ଦିନ ଧରି ଲଘୁ·ପ ଜନିତ ଯେଉଁ ବର୍ଷା ଲାଗି ରହିଛି, ତା’ ପ୍ରଭାବରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷତଃ ମହାନଦୀ ଅବବାହିକାରେ ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି ଅଧିକ ରହିଛି । ଆଜି ପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ଓ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ନେଇ ଯେଉଁ ଆକଳନ କରାଯାଇଛି, ତାକୁ ବି·ରକୁ ନେଲେ ମହାନଦୀରେ ଆସନ୍ତାକାଲି ସନ୍ଧ୍ର୍ୟା ସୁଦ୍ଧା ମୁଣ୍ଡଳି ଦେଇ ୧୦ରୁ ସାଢେ଼ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଖଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେଲ ନଦୀରୁ ବେଶି ପାଣି ଆସୁ ନାହିଁ । ସେଥିରୁ ମାତ୍ର ଲକ୍ଷେ ୩୫ ହଜାର କ୍ୟୁସେକ ପାଣି ଆସୁଛି । ତେଣୁ ଅଧିକ ପାଣି ଆସୁଛି ହୀରାକୁଦ ଡ୍ୟାମ୍‌ରୁ । ହୀରାକୁଦରୁ ସୋନପୁର ଭିତରେ ଥିବା ଜୀରା, ରାଞ୍ଜୋର ଓ ଅଙ୍ଗ ଆଦି ନଦୀରୁ ମଧ୍ୟ ପାଣି ଆସୁଛି । ସେ କହିଛନ୍ତି, ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ସରାଢିହି ଠାରେ ପାଖାପାଖି ୬ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପାସ୍‌ କରୁଛି । ଆସନ୍ତାକାଲି ପାଇଁ ଯେଉଁ ଆକଳନ କରାଯାଇଛି, ମହାନଦୀ ଓ ତେଲ ଅବବାହିକାରେ ବର୍ଷା ଅଛି । ଉପକୂଳରୁ ବର୍ଷା ଧୀରେ ଧୀରେ କମି ସେପଟୁ ଅଧିକ ହେବ । ହୀରାକୁଦରେ ଏବେ ୩୪ଟି ଗେଟ୍‌ ଖୋଲା ଅଛି । ବର୍ତ୍ତମାନ ଆଉ ଅଧିକ ଗେଟ୍‌ ଖୋଲା ଯିବ ନାହିଁୟ ଏସ୍‌ଆରସି କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଂଶ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗ ତାଙ୍କର ସିନିୟର ଚିଫ୍‌ ଇଞ୍ଜିନିୟର ଓ ସିନିୟର ଇଞ୍ଜିନିୟରମାନଙ୍କୁ ଏସବୁ ଜିଲ୍ଲା ଗୁଡ଼ିକୁ ପଠାଇଛନ୍ତି । ସେମାନେ ସେଠାରେ ନଦୀବନ୍ଧ ଗୁଡ଼ିକର ତଦାରଖ କରିବା ସହିତ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବେ । ଏହା ସହିତ ୭ଟି ଓଡ୍ରାଫ୍‌ ଟିମ୍‌, ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ୧୨ଟି ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯିବ । ବର୍ତ୍ତମାନ ପାଇଁ ଏହି ନିଷ୍ପତ୍ତି ହୋଇଛି । ଆବଶ୍ୟକ ହେଲେ ଅଧିକ ଟିମ୍‌କୁ ମୁତୟନ କରାଯିବ । ଏସ୍‌ଆରସିଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକରେ ମଧ୍ୟ ବନ୍ୟାସ୍ଥିତି ନାହିଁ । ବ୍ରାହ୍ଣଣୀ ନଦୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ । ଜଳକା ନଦୀ ଟିକେ ବିପଦ ସଙ୍କେତ ଉପରେ ·ଲିଛି । ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିଭଳି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

Leave A Reply

Your email address will not be published.